ନୂଆଦିଲ୍ଲୀ: ସଂସଦରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବଜେଟ୍ ଅଧିବେଶନର ଆଜି ଚତୁର୍ଥ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ୫ଟାରେ ନିଜ ମନ୍ତବ୍ୟ ରଖିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ ମୋଦୀ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ୧ ଘଣ୍ଟା ଧରି ଅଭିଭାଷଣ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସମସ୍ତେ ନିଜ ନିଜ ମତ ରଖୁଛନ୍ତି ।
ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜ ମତ ରଖିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମତ ରଖିବେ। ଏହାସହ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ଓ ଲୋକସଭାର ନିର୍ଦଳୀୟ ସାଂସଦ ପପୁ ଯାଦବଙ୍କ ବିରୋଧରେ ବିଶେଷାଧିକାର କ୍ଷୁର୍ଣ୍ଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇପାରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/04/gUWh6W9GQAd8aOz4VRh7.jpg)