ଅହମ୍ମଦାବାଦ: ସଂପ୍ରତି କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ କ୍ଷେତ୍ରରେ ରେମଡେସିଭିର୍ ଏକ ଜୀବନ ରକ୍ଷାକରୀ ଔଷଧ ରୂପେ ବ୍ୟବହୃତ ହେଉଛି। ଏହି ପରିପ୍ରେକ୍ଷୀରେ କୋଭିଡ୍-୧୯ର ଚିକିତ୍ସା ପାଇଁ ମୁଖ୍ୟ ଔଷଧ ରୂପେ ବ୍ୟବହୃତ ହେଉଥିବାରୁ ଏହାର ଅଧିକ ଚାହିଦାକୁ ଦୃଷ୍ଟିରେ ରଖି ଡାକ୍ତରଖାନାଗୁଡ଼ିକରେ ରେମଡେସିଭିର୍ ଇଞ୍ଜେକ୍ସନ ବଣ୍ଟନ ପାଇଁ ନୀତି ପ୍ରସ୍ତୁତ କରିବାକୁ ଗୁଜୁରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି।
ଗୁଜୁରାଟରେ କୋଭିଡ୍-୧୯ ପରିସ୍ଥିତିକୁ ନେଇ ଆଗତ ଏକ ମାମଲା ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ବର୍ତ୍ତମାନ ରେମଡେସିଭିର ଇଞ୍ଜେକ୍ସନ ପ୍ରିଫରେନ୍ସ କ୍ରମରେ ବ୍ୟବହୃତ ହୋଇଛି ଯାହା ବୋଧହୁଏ ଆବଶ୍ୟକତା ଭିତ୍ତିକ ଏବଂ ଡାକ୍ତରଖାନାର ପ୍ରାଥମିକତା ଅଟେ।
ରାଜ୍ୟ ସରକାର କହିଥିଲେ ଯେ ରେମଡେସିଭିର୍ ପ୍ରଥମେ ରାଜ୍ୟ ସରକାରଙ୍କ ପରିଚାଳିତ ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ, ପରେ ଘରୋଇ ଡାକ୍ତରଖାନାରେ ଭେଣ୍ଟିଲେଟରରେ ରୋଗୀଙ୍କୁ, ପରେ ରାଜ୍ୟ ଡାକ୍ତରଖାନାରେ ଆଇସିୟୁରେ ରୋଗୀ ଏବଂ ଘରୋଇ ସୁବିଧା ଥିବା ଲୋକଙ୍କୁ ଦିଆଯାଉଛି। ତା’ପରେ, ଅମ୍ଳଜାନ ଶଯ୍ୟାରେ ଥିବା ଲୋକଙ୍କୁ ଏହା ଯୋଗାଇ ଦିଆଯାଉଛି।
/sambad/media/post_attachments/wp-content/uploads/2021/04/Remdesivir.jpg)
ତେବେ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ ଭରଗ କାରିଆଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ରାଜ୍ୟରେ ରେମଡେସିଭିର ବଣ୍ଟନ ପାଇଁ ଏକକ ନୀତି ଆପଣାଇବାକୁ ସରକାରଙ୍କୁ କହିଛନ୍ତି। ଏଥିପାଇଁ ସମାନ ବର୍ଗରେ ପଡୁଥିବା ସମସ୍ତ ରୋଗୀଙ୍କୁ ପ୍ରଥମେ ରେମଡେସିଭିର ଇଞ୍ଜେକ୍ସନ ଦିଆଯିବା ଉଚିତ। ଅର୍ଥାତ୍ ଭେଣ୍ଟିଲେଟରରେ ଥିବା ରୋଗୀମାନେ ଘରୋଇ କିମ୍ବା ସରକାରୀ ସୁବିଧା ହେଉ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ରାଜ୍ୟର ଏକ ଯୁକ୍ତିଯୁକ୍ତ ନୀତି ରହିବା ଆବଶ୍ୟକ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓ ଏହାକୁ ପ୍ରାଥମିକତା ଦେଇ ରେମଡେସିଭିର ବଣ୍ଟନ ପାଇଁ ଏକ ନୀତି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Remdesivir1-1.jpg)