ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଶୁଭ ଉଦଘାଟନର କିଛିସମୟ ପୂର୍ବରୁ ଫ୍ରାନ୍ସରେ ହିଂସା ଦେଖିବାକୁ ମିଳିଛି ।

Advertisment

ଫ୍ରାନ୍ସର ଟ୍ରେନ ଅପରେଟର କମ୍ପାନି ଏସଏନସିଏଫ ଜୁଲାଇ ୨୬ ଶୁକ୍ରବାର ରେଳ ନେଟୱର୍କ ଉପରେ ଆକ୍ରମଣ ହୋଇଥିବା କଥା ସ୍ପଷ୍ଟ କରି କହିଛନ୍ତି, ‘ ଫ୍ରାନ୍ସର ହାଏସ୍ପିଡ଼ ରେଳ ନେଟୱାର୍କରେ ଆକ୍ରମଣ କରାଯାଇଛି। ଲୋକମାନେ ରେଳ ଲାଇନରେ ନିଆଁ ଲଗାଇ ଦେଇଛନ୍ତି । ଏହି କାରଣରୁ  ଅନେକ ଟ୍ରେନକୁ ଜରୁରୀକାଳିନ ପରିସ୍ଥିତିରେ ରଦ୍ଦ କରାଯାଇଥିବା ବେଳେ ଆଉ କିଛି ଟ୍ରେନର ପଥକୁ ପରିବର୍ତ୍ତନ କରାଯାଇଛି। ଫଳରେ ୮ଲକ୍ଷରୁ ଅଧିକ ଯାତ୍ରୀ ଷ୍ଟେସନରେ ଫଶି ରହିଛନ୍ତି । ଏହି ଘଟଣା ପରେ ସମ୍ପୂର୍ଣ୍ଣ ଟ୍ରାନ୍ସପୋର୍ଟ ସିଷ୍ଟମରେ ବି ବାଧା ଉପୁଜିଛି।

ପ୍ୟାରିସ ଅଲିମ୍ପିକ୍ସର ଶୁଭ ଉଦଘାଟନର କିଛିସମୟ ପୂର୍ବରୁ ଏଭଳି ଆକ୍ରମଣ କାହିଁକି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ନେଟୱାର୍କ ଅଲମ୍ପିକ୍ସ ଖେଳ ପାଇଁ ସମ୍ପୂର୍ଣ୍ଣ ଭାବେ ଠିକ ଥିଲା। ଏବେ ଏହାକୁ ଠିକ କରିବା ପାଇଁ ୧୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପଡ଼ିବ। ପ୍ୟାରିସ ଅଲିମ୍ପିକ୍ସ ‌ଖେଳର  ୭.୫୦୦ ଖେଳାଳି ଓ ୩୦୦,୦୦୦ ଦର୍ଶକ ସାମିଲ ହେବେ। ଏତେ ବଡ଼ ଆୟୋଜନ ସମୟରେ ଏମିତି ଏକ ଆକ୍ରମଣ ଚିନ୍ତାର କାରଣ ପାଲଟିଯାଇଛି। ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କ କରାଇଥିଲା ।