ମଧ୍ୟପ୍ରାଚ୍ୟ ଅସ୍ଥିରତାର ଫାଇଦା ନେଇ ପୁଣି ମୁଣ୍ଡ ଟେକିବ ଇସ୍ଲାମିକ୍‌ ଷ୍ଟେଟ୍‌ : ଫ୍ରାନ୍ସ

ପ୍ୟାରିସ୍‌ : ଆମେରିକା ଦ୍ୱାରା ଇରାନର କମାଣ୍ଡର କାସିମ ସୁଲେମାନୀଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଏବେ ଉତ୍ତେଜନା ବଢିଯାଇଛି । ଉଭୟ ଆମେରିକା ଓ ଇରାନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଏହି ଅସ୍ଥିରତା ଯୋଗୁଁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇସିସ୍‌ ପୁଣି ଥରେ ମୁଣ୍ଡ ଟେକିପାରେ ବୋଲି ଫ୍ରାନ୍ସ ଆଶଙ୍କା ପ୍ରକଟ କରିଛି ।

ଫ୍ରାନ୍ସର ଅର୍ଥମନ୍ତ୍ରୀ ବ୍ରୁନୋ ଲି’ ମାଇରେ କହିଛନ୍ତି ଯେ ପ୍ରଶ୍ନ ଉଠୁଛି ଏହି ଅସ୍ଥିରତାରୁ କିଏ ଫାଇଦା ନେବ ? ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଅସ୍ଥିରତା ଓ ଯୁଦ୍ଧ ପରିସ୍ଥିତି କେବଳ ଗୋଟିଏ ସଂଗଠନକୁ ଫାଇଦା ପହଞ୍ଚାଇବ । ତାହା ହେଉଛି ଇସ୍ଲାମିକ ଷ୍ଟେଟ୍‌ ବା ଆଇସିସ୍‌ । ଆହୁରି ମଧ୍ୟ ଏହି ଘଟଣା ଯୋଗୁଁ ୟୁରୋପ ଓ ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ଭୟ ବଢିଯାଇଛି ।

vox.com

ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ଉପରେ ଆଲୋଚନା କରିବାକୁ ଜର୍ମାନୀ ଚ୍ୟାନସେଲର ଆଞ୍ଜେଲା ମର୍କେଲ ଆସନ୍ତା ୧୧ ତାରିଖରେ ମସ୍କୋ ଗସ୍ତରେ ଯାଇ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବେ । ଉଭୟ ଦେଶ ଆମେରିକାର ଏହି ପଦକ୍ଷେପକୁ ପୂର୍ବରୁ ନିନ୍ଦା କରିସାରିଛନ୍ତି ।

ଗତ ଜାନୁଆରି ୩ ତାରିଖରେ ଆମେରିକା ଦ୍ୱାରା ଇରାନ ସେନାର କୁଦ୍‌ସ୍‌ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି । ଏହି ଘଟଣାର ଭୟଙ୍କର ପ୍ରତିଶୋଧ ନେବାକୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର