ନୂଆଦିଲ୍ଳୀ: ଫ୍ରାନ୍ସରେ ରାଜନୈତିକ ସଙ୍କଟ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସମସ୍ୟା କମିବା ପରି ବି ଲାଗୁନାହିଁ। କାହିଁକି ନା, ନିଯୁକ୍ତ ହେବାର ମାତ୍ର ମାସକ ମଧ୍ୟରେ ପ୍ରଧାନମନ୍ତ୍ରୀ ସେବାଷ୍ଟିଏନ ଲେକୋର୍ନୁ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ନବନିଯୁକ୍ତ ପ୍ରଧାନମନ୍ତ୍ରୀ ସେବାଷ୍ଟିଏନ ଲେକୋର୍ନୁଙ୍କ ଇସ୍ତଫା ମାକ୍ରନଙ୍କ ପାଇଁ ଏକ ନୂଆ ଚିନ୍ତା ପାଲଟିଛି। ନୂତନ କ୍ୟାବିନେଟ ଘୋଷଣା ହେବାର କିଛି ଘଣ୍ଟା ପରେ ଏହି ଇସ୍ତଫା ୟୁରୋପୀୟ ଦେଶକୁ ଆହୁରି ରାଜନୈତିକ ଅଚଳାବସ୍ଥାରେ ପକାଇ ଦେଇଛି।
ଏହା ଉଲ୍ଲେଖନୀୟ ଯେ, ମାକ୍ରନ ଗତ ମାସରେ ହିଁ ଲେକୋର୍ନୁଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିଥିଲେ। ତେବେ ରବିବାର ବିଳମ୍ବିତ ରାତିରେ ପ୍ରାୟତଃ କୌଣସି ପରିବର୍ତ୍ତନ ବିନା ମାକ୍ରନଙ୍କ ନୂତନ କ୍ୟାବିନେଟ ତାଲିକା ଘୋଷଣା ସମାଲୋଚନାକୁ ଖେରାକ ଯୋଗାଇଛି। ଏହି ଘୋଷଣାର ମାତ୍ର କିଛି ଘଣ୍ଟା ପରେ ହିଁ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଖବର ପ୍ରକାଶ ପାଇଛି। ଯାହାକି ସଭିଙ୍କୁ ଚକିତ କରିଛି।
ସେବାଷ୍ଟିନ୍ ଲେକୋର୍ନୁ ସପ୍ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ରାଷ୍ଟ୍ରପତି ମାକ୍ରୋନ୍ ରବିବାର ରାତିରେ ଏକ ନୂତନ ସରକାର ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନିଜେ ଇସ୍ତଫା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/06/untitled-22-2025-10-06-15-06-47.jpg)