ପ୍ୟାରିସ: ଗୋଟିଏ ପଟେ ନେପାଳରେ ଜେନ୍‌ ଜେଡ୍‌ ଆନ୍ଦୋଳନକାରୀମାନେ ରାସ୍ତାକୁ ଓହ୍ଲାଇବା ଘଟଣା ଥମିନଥିବା ବେଳେ ଅନ୍ୟପଟେ ୟୁରୋପୀୟ ଦେଶ ଫ୍ରାନ୍ସରେ ଏପରି ଏକ ବଡ଼ ଧରଣର ଆନ୍ଦୋଳନ ଦେଖିବାକୁ ମିଳିଛି। ଫ୍ରାନ୍ସରେ ‘ବ୍ଲକ୍‌ ଏଭ୍ରିଥିଂ’ ନାମକ ଏହି ଆନ୍ଦୋଳନ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାରକୁ ଏକ ନୂତନ ଚ୍ୟାଲେଞ୍ଜ ଦେଇଛି। ଏହି ଆନ୍ଦୋଳନର ଅଂଶ ଭାବ‌ରେ ପ୍ୟାରିସ ସମେତ ଅନେକ ସହରରେ, ପ୍ରଦର୍ଶନକାରୀମାନେ ରାସ୍ତା ଅବରୋଧ କରି ପୋଡ଼ାଜଳା କରିଛନ୍ତି। ଏମିତିକି ପରିସ୍ଥିତି ଏଭଳି ହୋଇଥିଲା ଯେ ପୁଲିସ୍‌ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ବା ଟିୟର୍‌ ଗ୍ୟାସ୍‌ ବି ପ୍ର‌ୟୋଗ କରିବାକୁ ବାଧ୍ୟ ହୋଇଥିଲା। ମତ୍ର ଏହା ସତ୍ତ୍ୱେ ବି ଲୋକମାନେ ସେମାନଙ୍କ ଜିଦିରେ ଅଟଳ ରହିଥିଲେ।

Advertisment

ଆପଣ  ଭାବୁଥିବେ ଫ୍ରାନ୍ସରେ ପ୍ରତିବାଦ କାହିଁକି ଆରମ୍ଭ ହେଲା? ବାସ୍ତବ କଥା ହେଲା ତାହାର କାରଣ ଏବେ ବି ଅସ୍ପଷ୍ଟ। ଗୃହମନ୍ତ୍ରୀ ବ୍ରୁନୋ ରିଟେଲୋ କହିଛନ୍ତି ଯେ ଦେଶବ୍ୟାପୀ ପ୍ରତିବାଦର ପ୍ରଥମ କିଛି ଘଣ୍ଟାରେ ପ୍ରାୟ ୨୦୦ ଜଣଙ୍କୁ ଗିରଫ କରାଯାଇଛି। ପଶ୍ଚିମ ସହର ରେନେସରେ ଏକ ବସ୍ ପୋଡ଼ି ଦିଆଯାଇଥିଲା, ଯେତେବେଳେ ଦକ୍ଷିଣ-ପଶ୍ଚିମରେ ଏକ ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହେବା ଯୋଗୁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଥିଲା। ତେବେ ଫରାସୀ ଲୋକଙ୍କର ଏହି ଆନ୍ଦୋଳନ ଏବେ ଏକ ବଡ଼ ଜନ ଅସନ୍ତୋଷର ରୂପ ନେଇଛି। ଏହାର କୌଣସି ସ୍ପଷ୍ଟ କାରଣ ନାହିଁ, କିନ୍ତୁ ଏହା ପଛରେ ବଜେଟ୍ କାଟ୍, ସାମାଜିକ ଅସମାନତା ଏବଂ ସରକାରୀ ନୀତି ବିରୋଧରେ ଗଭୀର ଅସନ୍ତୋଷ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି। 

ନେପାଳରେ ଜେନ ଜେଡ ଆନ୍ଦୋଳନ ଯୁବକମାନଙ୍କୁ ରାସ୍ତାକୁ ଆଣିଥିଲା। ଯେଉଁଠାରେ ସେମାନେ ଦୁର୍ନୀତି, ବେକାରୀ ଏବଂ ରାଜନୈତିକ ଅସ୍ଥିରତା ବିରୋଧରେ ସ୍ୱର ଉଠାଇଥିଲେ। ଫ୍ରାନ୍ସରେ ମଧ୍ୟ ଏହି ଆନ୍ଦୋଳନର ସମାନ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଯେଉଁଠାରେ ଫରାସୀ ପ୍ରତିବାଦକାରୀମାନେ ରାସ୍ତା ଅବରୋଧ କରୁଛନ୍ତି, ପୁଲିସ ଉପରେ ଜିନିଷ ଫିଙ୍ଗୁଛନ୍ତି ଏବଂ ଟ୍ରାଫିକ୍ ମଧ୍ୟ ବନ୍ଦ କରୁଛନ୍ତି।