ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ:ଭାରତକୁ ଫ୍ରାନ୍ସ୍‌ର ସମର୍ଥନ

ନ୍ୟୁୟର୍କ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ପାଇଁ ଭାରତ ସମର୍ଥନରେ ବାହାରିଛି ଫ୍ରାନ୍ସ୍‌। ଜାତିସଂଘ‌େର ଅବସ୍ଥାପିତ ଫ୍ରାନ୍ସ୍‌ର ପ୍ରତିନିଧି ଫ୍ରାଙ୍କୋଇସ୍‌ ଡେ଼ଲାତ୍ରେ କହିଛନ୍ତି ଭାରତ ବ୍ୟତୀତ ଜର୍ମାନୀ, ବ୍ରାଜିଲ ଏବଂ ଜାପାନର ସୁରକ୍ଷା ପରିଷଦରେ ସଦସ୍ୟ ହେବା ନିହାତି ଜରୁରୀ।
ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ ସନ୍ତୁଳନ ପାଇଁ ସୁରକ୍ଷା ପରିଷଦରେ ଭାରତ ଭଳି ଗୁରୁତ୍ୱପୂର୍ଣ ସଦସ୍ୟଙ୍କ ଆବଶ୍ୟକତା ରହିଥିବା ଫ୍ରାଙ୍କୋଇସ୍‌ ପ୍ରକାଶ କରିଛନ୍ତି। ଫ୍ରାନ୍ସ୍‌ ଏବଂ ଜର୍ମାନୀ ଜାତିସଂଘର ସୁରକ୍ଷା ପରିଷଦରେ କିଛି ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି। ସୁରକ୍ଷା ପରିଷଦକୁ ବିସ୍ତାର କରିବା ଫ୍ରାନ୍ସ୍‌ ଏବଂ ସହଯୋଗୀଙ୍କ ପ୍ରୟାସ ଜାରି ରହିଛି ବୋଲି ସେ ଦେଇଛନ୍ତି।
ସୂଚନା ଥାଉକି, ଭାରତ ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ଦୀର୍ଘ ବର୍ଷ ହେବ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ଭାରତ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ପାଇଁ ସବୁବେଳେ ଚେଷ୍ଟା କରିଛି। ଜାତିସଂଘ‌େର ଥିବା ଭାରତର ପ୍ରତିନିଧି ସୟଦ ଆକବରଉଦ୍ଦିନ କହିଛନ୍ତି ଏହାର ସଦସ୍ୟ ସଂଖ୍ୟା ବଢାଇବା ପାଇଁ ବର୍ତ୍ତମାନ ଚେଷ୍ଟା ଚାଲିଛି ଏବଂ ପ୍ରାୟ ୯୦ ପ୍ରତିଶତ ସଦସ୍ୟ ଏହାକୁ ସମର୍ଥନ କରି ଲିଖିତ ଦସ୍ତାବିଜ ଦାଖଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର