ମସୁଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବ ଫ୍ରାନ୍ସ

ନୂଆଦିଲ୍ଲୀ: ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଏବେ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇଛନ୍ତି। ସମସ୍ତଙ୍କ ଆଖିରେ ଅଙ୍ଗୁଳି ଗେଞ୍ଜି ପାକିସ୍ତାନ ଯେଉଁ ଚାଲ୍‌ ଖେଳି ଆସିଥିଲା ତା’ ବିରୋଧରେ ଏବେ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଆତଙ୍କବାଦୀଙ୍କୁ ନିଜ ମାଟିରେ ଫାଇଭ୍‌ ଷ୍ଟାର୍‌ ‌ହୋଟେଲ୍‌ରେ ରହିବାର ସୁବିଧା ଦେଇ କିଛି ଜାଣିନଥିବା ଅଭିନୟ କରୁଥିବା ପାକିସ୍ତାନର ଅସଲ ଚେହେରା ଏବେ ପଦାରେ ପଡ଼ି ଯାଇଛି। ଆଜି ଫ୍ରାନ୍ସ ମଧ୍ୟ ଜେଇଏମ୍‌ ମୁଖ୍ୟ ମସୁଦ୍‌ ଆଝାରକୁ କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାନେଇ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିବ ବୋଲି ଜଣାପଡ଼ିଛି। ଆସନ୍ତା ମାସରେ ଫ୍ରାନ୍ସ ଜାତିସଂଘ ସୁରକ୍ଷା ପରି‌ଷଦର ଅଧ୍ୟକ୍ଷ ଦାୟିତ୍ବ ନେବାପରେ ମସୁଦ୍‌କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ନେଇ ପ୍ରସ୍ତାବ ଆଣିବ ଏବଂ ଏହାକୁ କଟକଣା କମିଟିରେ ଆଗତ କରିବ ବୋଲି ଜଣାପଡ଼ିଛି। ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା ଫ୍ରାନ୍ସ ଭିଟୋ କ୍ଷମତା ବଳରେ ମାସୁଦ୍‌କୁ ନିଷିଦ୍ଧ ଘୋଷଣା କରିବା ନେଇ ପ୍ରସ୍ତାବ ଆଣିବ ଏବଂ ଖୁବ୍‌ ଶୀଘ୍ର ଏହି କାର୍ଯ୍ୟ ଶେଷ ହେବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର