ଭାରତକୁ ଫ୍ରାନ୍‌ସର ଦୃଢ଼ ସମର୍ଥନ

ନୂଆଦିଲ୍ଲୀ: ପାକିସ୍ତାନରେ ପଶି ଭାରତୀୟ ବାୟୁସେନା ଆତଙ୍କବାଦୀଙ୍କ ଆଡ଼ା ଧ୍ବଂସ କରିବା ସଂଯୁକ୍ତ ଯୁକ୍ତିଯୁକ୍ତ ଏବଂ ଆତ୍ମରକ୍ଷା ପାଇଁ ଭାରତର ପୂର୍ଣ୍ଣ ଅଧିକାର ରହିଛି ବୋଲି ଫ୍ରାନ୍ସ କହିଛି। ଭାରତର କାର୍ଯ୍ୟାନୁଷ୍ଠାନ ଦୃଢ଼ ସମର୍ଥନ କରି ଫ୍ରାନସ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭାରତ ସର୍ବଦା ଆତଙ୍କବାଦ ବିରୋଧୀ ଲଢ଼େଇରେ ନିଷ୍ଠାପର ଭାବେ କାର୍ଯ୍ୟ କରିଛି। ଭାରତ ନିଜକୁ ସୁରକ୍ଷିତ ରଖିବା ପାଇଁ ଆତଙ୍କବାଦୀ କ୍ୟାମ୍ପ୍‌ ଉପରେ ଆକ୍ରମଣ କରିବା ଜରୁରୀ ଥିଲା। ପାକିସ୍ତାନ ସରକାର ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଉଚିତ ବୋଲି ଫ୍ରାନ୍ସ କହିଛି।

ସମ୍ବନ୍ଧିତ ଖବର