ଲକ୍ଷ୍ନୌ: ଉତ୍ତରପ୍ରଦେଶର ମିର୍ଜାପୁର ଠାରେ ରବିବାର ଦଳେ ଫରାସୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ହୋଇଛି। ଏପକିକି ସେମାନଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଆସିଛି। ପୁଲିସ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରିଛି। କିଛି ଦିନ ତଳେ ଉତ୍ତରପ୍ରଦେଶର ସୋନଭଦ୍ରା ଠାରେ ଜଣେ ଜର୍ମାନୀ ପର୍ଯ୍ୟଟକଙ୍କୁ ଏବଂ ଫତେପୁର ସିକ୍ରି ଠାରେ ସ୍ୱିସ୍ ଦମ୍ପତିଙ୍କୁ ଆକ୍ରମଣ ଘଟଣା ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ଲଗାଇଥିବା ବେଳେ ଉପରେ ଆଜିର ଆକ୍ରମଣ ଘଟଣା ଆଲୋଡ଼ନ ଆଣିଛି।
ସୂଚନାନୁଯାୟୀ, ବାରଣାସୀର ଜଣେ ମହିଳା ଏହି ବିଦେଶୀ ପର୍ଯ୍ୟଟକମାନଙ୍କୁ ସାଥିରେ ଧରି ମିର୍ଜାପୁରର ଲଖାନିଆ ଦରି ଜଳପ୍ରପାତ ବୁଲି ଆସିଥିଲେ। ତେବେ ସେଠାରେ ପଞ୍ଝାଏ ଦୁର୍ବୃତ୍ତ ବିନା କାରଣରେ ସେମାନଙ୍କୁ କମେଣ୍ଟ ମାରିବା ଆରମ୍ଭ କରିଥିଲେ। ବାରଣାସୀର ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଅସଦାଚରଣ କରିବା ସହ ପିଟିଥିଲେ। ପରେ ସମସ୍ତ ଫରାସୀ ପର୍ଯ୍ୟଟକଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଅସଦାଚରଣ କରିବା ସହ ବବାଡ଼ିରେ ପିଟାପିଟି କରିଥିଲେ। ଏଥିରେ ବାରଣାସୀର ମହିଳାଙ୍କ ସହିତ ଛଅ ଜଣ ଯାକ ବିଦେଶୀ ପର୍ଯ୍ୟଟକ ଆହତ ହୋଇଛନ୍ତି। ଅଭିଯୋଗ କ୍ରମେ ପୁଲିସ ପ୍ରଥମେ ୪ ଜଣ ସ୍ଥାନୀୟ ଲୋକଙ୍କୁ ଧରିଥିବା ବେଳେ ପଚରାଉଚୁରା ପରେ ଆଉ ୪ ଜଣଙ୍କୁ ଗିରଫ କରିଛି।
ମିର୍ଜାପୁରରେ ଫରାସୀ ପର୍ଯ୍ୟଟକଙ୍କୁ ଆକ୍ରମଣ, ଅସଦାଚରଣ
/sambad/media/post_attachments/wp-content/uploads/2017/12/france-tourist-attack-molestated.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)