ତାମିଲନାଡ଼ୁରେ ଫ୍ରାନ୍ସ ପର୍ଯ୍ୟଟକଙ୍କୁ ହତ୍ୟା, ୧ ଗିରଫ

ଚେନ୍ନାଇ : ତାମିଲନାଡ଼ୁରେ ଜଣେ ଫ୍ରାନ୍ସ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି। ୫୦ ବର୍ଷୀୟ ଫ୍ରାନ୍ସ ପର୍ଯ୍ୟଟକଙ୍କ ମୃତଦେହ ତାମିଲନାଡ଼ୁର ଏକ ଗ୍ରାମରୁ ଗତକାଲି ଏକ ବ୍ୟାଗ୍‌ ମଧ୍ୟରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ପୁଲିସ ଏହି ମାମଲାରେ ଅଭିକୋଟ୍ଟାଇ ଗ୍ରାମର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଉକ୍ତ ଅଭିଯୁକ୍ତର ନାମ ଥିରୁମୁରୁଗାନ୍‌ ବୋଲି ଜଣାପଡ଼ିଛି। ସେ ମଧ୍ୟ ହତ୍ୟା କରିଥିବା ସ୍ୱୀକାର କରିଛି। ଉଭୟ ସମଲୀଙ୍ଗୀ ସମ୍ପର୍କରେ ଥିବା କଥା ସେ କହିଛି। ତେବେ ଥିରୁମୁରୁଗାନ୍‌ର ନିମନ୍ତ୍ରଣରେ ଫ୍ରାନ୍ସ ପର୍ଯ୍ୟଟକ ଗତ ୫ ତାରିଖରେ ଭାରତ ଆସିଥିଲେ। ତେବେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ଥିରୁମୁରୁଗାନ୍‌ ତାଙ୍କୁ ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର