ଭାରତରେ ସାମୁଦ୍ରିକ ସର୍ଭିଲେନ୍‌ସ୍‌ ସେଣ୍ଟର୍‌ ଖୋଲିବାକୁ ଫ୍ରାନ୍‌ସ୍‌ର ସିଏନ୍‌ଇଏସ୍‌ ଓ ଇସ୍ରୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

ବାଙ୍ଗାଲୋର୍‌: ଭାରତରେ ଏକ ସାମୁଦ୍ରିକ ସର୍ଭିଲେନ୍‌ସ୍‌ ସେଣ୍ଟର୍‌ ବା ଗୁଇନ୍ଦା କେନ୍ଦ୍ର ବସାଇବାକୁ ଫରାସୀ ମହାକାଶ ଏଜେନ୍‌ସି ସିଏନ୍‌ଇଏସ୍‌ ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ମଧ୍ୟରେ ବୁଧବାର ଦିନ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ସିଏନ୍‌ଇଏସ୍‌ ଜାରି କରିଥିବା ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି ଯେ ସିଏନ୍‌ଇଏସ୍‌ ଅଧ୍ୟକ୍ଷ ଜିନ୍‌-ୟେସ୍‌-ଲି ଗଲ୍‌ ଏବଂ ଭାରତୀୟ ମହାକାଶ ଏଜେନ୍‌ସିର ଅଧ୍ୟକ୍ଷ କେ. ଶିବନ ଦ୍ୱାରା ଏହି ଚୁକ୍ତି ବାଙ୍ଗାଲୋର ଠାରେ ସ୍ୱାକ୍ଷରିତ ହୋଇଛି।

ଗତ ବର୍ଷ ମାର୍ଚ ମାସରେ ଫ୍ରାନ୍‌ସ୍‌ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ଙ୍କ ଭାରତ ଗସ୍ତ ସମୟରେ କରିଥିବା ନାନାବିଧ ରାଜିନାମା ମଧ୍ୟରୁ ଏହା ଅନ୍ୟତମ।

ଭାରତ ମହାସାଗରରେ ଜାହାଜଗୁଡ଼ିକୁ ଠାବ କରିବା, ଚିହ୍ନଟ କରିବା ଓ ଗତିବିଧି ଆଦି ଜାଣିବା ଅଭିଯାନ ଧାରା ଯୋଗାଇ ଦେବାକୁ ଏହି ସାମୁଦ୍ରିକ ସର୍ଭିଲେନ୍‌ସ୍‌ ସେଣ୍ଟର୍‌ ଏ ବର୍ଷ ମେ ମାସରେ ଭାରତରେ ସ୍ଥାପନ କରାଯିବ। ଏହା କୃତ୍ରିମ ଉପଗ୍ରହରୁ ପ୍ରାପ୍ତ ତଥ୍ୟାବଳୀ ସେୟାର୍‌ କରିବା ସହ ଉପୁଜୁଥିବା ବିଭିନ୍ନ ସମସ୍ୟା ସମାଧାନରେ ସହାୟକ ହେବ।

ସମ୍ବନ୍ଧିତ ଖବର