୨୦ ଦିନ ମଧ୍ୟରେ ନିବେଶକମାନଙ୍କୁ ୯୧୨୨ କୋଟି ଫେରସ୍ତ ପାଇଁ ଫ୍ରାଙ୍କଲିନ ଟେମ୍ପଲଟନକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଆସନ୍ତା ୨୦ ଦିନ ମଧ୍ୟରେ ଫ୍ରାଙ୍କଲିନ ଟେମ୍ପଲଟନର ୬ଟି ମ୍ୟୁଚୁଆଲ ଫଣ୍ଡ ସ୍କିମରେ ନିବେଶ କରିଥିବା ଲୋକମାନଙ୍କୁ (ୟୁନିଟଧାରୀ) ୯୧୨୨ କୋଟି ଟଙ୍କା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏସବିଆଇ ମ୍ୟୁଚୁଆଲ ଫଣ୍ଡ ମାଧ୍ୟମରେ ଏହି ଅର୍ଥ ଆବଣ୍ଟନ କରାଯିବ । ଏହି ନିର୍ଦ୍ଦେଶ ପାଳନରେ ଯଦି କୌଣସି ସମସ୍ୟା ଦେଖାଦିଏ ତେବେ ନିବେଶକଙ୍କ ସମେତ ସବୁପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ।

ଗତ ଡିସେମ୍ବର ୩ରେ ସୁପ୍ରିମକୋର୍ଟ ଫ୍ରାଙ୍କଲିନକୁ ଏକ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ ଏକ ସପ୍ତାହ ମଧ୍ୟରେ ୟୁନିଟଧାରୀଙ୍କ ବୈଠକ ଡାକି ସ୍କିମ ବନ୍ଦ ପାଇଁ ସେମାନଙ୍କ ଅନୁମୋଦନ ହାସଲ କରିବେ । ଡିସେମ୍ବର ଶେଷ ସପ୍ତାହରେ ଏଥିପାଇଁ ୟୁନିଟଧାରୀଙ୍କ ମଧ୍ୟରେ ଭୋଟ  ଗ୍ରହଣ ହୋଇଥିଲା ଓ ଅଧିକାଂଶ ୟୁନିଟଧାରୀ ସ୍କିମ ବନ୍ଦ କରି ଅର୍ଥ ଫେରସ୍ତ ସପକ୍ଷରେ ମତ ଦେଇଥିଲେ ।

ଗତ ବର୍ଷ କରୋନା ମହାମାରୀ ଆସିବା ପରେ ଏହି ମ୍ୟୁଚୁଆଲ ଫଣ୍ଡ କମ୍ପାନି ନିଜର ସ୍କିମଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ।

 

ସମ୍ବନ୍ଧିତ ଖବର