ମହାରାଷ୍ଟ୍ର ଗୃହନିର୍ମାଣ ଦୁର୍ନୀତି: ପୂର୍ବ ମନ୍ତ୍ରୀ ସୁରେଶ ଜୈନ୍‌ଙ୍କୁ ୭ ବର୍ଷ ଜେଲ୍‌, ୧୦୦ କୋଟି ଜୋରିମାନା

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ଜିଲ୍ଲା ଅଦାଲତ ଆଜି ‘ଘରକୁଳ’ ଗୃହ ନିର୍ମାଣ ଯୋଜନାରେ ହୋଇଥିବା ଦୁର୍ନୀତି ମାମଲାରେ ରାୟ ଘୋଷଣା କରି ପୂର୍ବ ମନ୍ତ୍ରୀ ସୁରେଶ ଜୈନଙ୍କ ସମେତ ୪୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶିବସେନା ନେତା ଜୈନଙ୍କୁ ୨୦୧୨ରେ ଏହି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ୩ ବର୍ଷ ଜେଲ୍‌ରେ ରହି ଜାମିନରେ ଆସିଥିଲେ। ଆଜି ତାଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦୦ କୋଟି ଟଙ୍କା ଜୋରିମାନା ହୋଇଛି । ସମସ୍ତ ୪୬ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର