ନୂଆଦିଲ୍ଲୀ: ଆଧାର ଲିଙ୍କ କରାଇ ଦେବା ଆଳରେ ଏକ ହଜାରରୁ ଅଧିକ ବରିଷ୍ଠ ନାଗରିକଙ୍କଠାରୁ ୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସ।
ପୁଲିସ କହିଛି ଯେ ଏହି ଗ୍ୟାଙ୍ଗର ସଦସ୍ୟମାନେ ବରିଷ୍ଠ ନାଗରିକମାନଙ୍କୁ ଆଧାର ଲିଙ୍କ କରାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଓ ଅନ୍ୟ ପ୍ରମାଣପତ୍ର ବାବଦରେ ସୂଚନା ଗ୍ରହଣ କରୁଥିଲେ । ଏହାପରେ ସେମାନଙ୍କର ପ୍ରମାଣପତ୍ରରେ ଠିକଣା ପରିବର୍ତ୍ତନ କରୁଥିଲେ । ପୁଣି ଏହି ନୂଆ ଠିକଣାରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବରିଷ୍ଠ ନାଗରିକଙ୍କର ଆକାଉଣ୍ଟରୁ ଟଙ୍କା ନେଇ ଯାଉଥିଲେ । ପୁଲିସ ବ୍ୟାଙ୍କଗୁଡ଼ିକରେ ଏଭଳି ୧୧୦୦ ଖାତା ସଂପର୍କରେ ଜାଣିବାକୁ ପାଇଛି ।

Advertisment

publive-image photo-oneindia

ଏ ସଂପର୍କରେ ଡିସିପି ଏଣ୍ଟୋ ଅଲଫୋସ କହିଛନ୍ତି ଯେ ଏହି ଠକ ଗ୍ୟାଙ୍ଗର ମୁଖ୍ୟ ହେଉଛନ୍ତି ଝାଡ଼ଖଣ୍ଡର ଅଲିମୁଦ୍ଦିନ ଅନସାରୀ (୨୭) ।ଏହି ଠକେଇ ମାମଲାରେ ଅଲିମୁଦ୍ଦିନ ଓ ଆଜମଗଡ଼ର ମନୋଜ ଯାଦବଙ୍କୁ ଗିରଫ କରାଯାଇଥିବା କହିଛି ପୁଲିସ। ସେମାନଙ୍କ ପାଖରୁ ବିଭିନ୍ନ ବ୍ୟାଙ୍କର ଆକାଉଣ୍ଟ, ୮୧ଟି ଡେବିଟ କାର୍ଡ, ୧୦୪ଟି ଚେକବୁକ, ୧୩୦ଟି ପାସବୁକ, ୮ଟି ମୋବାଇଲ, ୩୧ଟି ସିମକାର୍ଡ, ପରିଚୟପତ୍ରର ଜେରକ୍ସ ଜବତ କରାଯାଇଥିବା ଜଣାଯାଇଛି ।