ଜାଲ୍‌ ଚେକ୍ ଦ୍ବାରା ରାମ ମନ୍ଦିର ଟ୍ରଷ୍ଟ୍‌ରୁ ୬ ଲକ୍ଷ ଟଙ୍କା ଚୋରାଇ ନେଲେ

ନୂଆଦିଲ୍ଲୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ଦଳେ ଠକ ପ୍ରାୟ ୬ ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି। ଡିଏସ୍‌ପି ରାଜେଶ କୁମାରଙ୍କ କହିବା ଅନୁସାରେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ୍‌ ଜମାଖାତ‌ାରେ ଥିବା ଅର୍ଥରୁ ଜାଲ୍ ଚେକ୍ ଦ୍ବାରା ଠକମାନେ ବୁଧବାର ଦିନ ଟଙ୍କା ଉଠାଇ ନେଇଛନ୍ତି।

ବୁଧବାର ଦିନ ହୋଇଥିବା ଠକାମି ବିଷୟରେ ଟ୍ରଷ୍ଟ୍‌ର ସାଧାରଣ ସଚିବ ଚମ୍ପତ ରାୟ ପୁଲିସରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୭୧, ୪୬୮, ୪୬୭, ୪୨୦ ଏବଂ ୪୧୯ ଆଧାରରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଡିଏସ୍‌ପି କୁମାର କହିଛନ୍ତି, ଠକମାନେ ଜାଲ୍ ଚେକ୍ ଓ ଜାଲ୍‌ ଦସ୍ତଖତ ବଳରେ ସେପ୍ଟେମ୍ବର ପହିଲାରେ ଟ. ୨.୫ ଲକ୍ଷ ଏବଂ ସେପ୍ଟେମ୍ବର ୮ ତାରିଖ ଦିନ ଟ. ୩.୫ ଲକ୍ଷ ଉଠାଇ ନେଇଛନ୍ତି।

Image Courtesy of India Today

କୁମାର କହିଛନ୍ତି, ବୁଧବାର ଦିନ ଟ. ୯. ୮୬ ଲକ୍ଷ ଟଙ୍କା ଉଠାଇବା ନିମନ୍ତେ ଆସିଥିବା ଆଉ ଗୋଟାଏ ଚେକ୍ ତନଖି କରିବାକୁ ରାୟ ବ୍ୟାଙ୍କ୍‌ରୁ ଟେଲିଫୋନ୍‌ ପାଇବା ପରେ ଠକାମି ଘଟଣା ଜଣାପଡ଼ିଥିଲା।

ଡିଏସ୍‌ପି କହନ୍ତି, ବ୍ୟାଙ୍କ୍‌ର ଅବହେଳା ବୋଲି ଠକାମିରୁ ସ୍ପଷ୍ଟ ଜଣାପଡୁଛି। ଚେକ୍‌ର କ୍ରମିକ ସଂଖ୍ୟା ପ୍ରତି ଦୃଷ୍ଟି ଦିଆ ନ ଯାଇଥିବାରୁ ଠକମାନେ ନକଲି ଚେକ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। ଜାଲ୍‌ ଚେକ୍‌ରେ ରାୟ ଓ ଟ୍ରଷ୍ଟ୍‌ର ଅନ୍ୟ ଜଣେ ସଦସ୍ୟ ଙ୍କର ଜାଲ୍ ଦସ୍ତଖତ କରାଯାଇଛି। ଉଠାଯାଇଥିବା ଟଙ୍କା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ରେ ଥିବା ଏକ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ ହୋଇଛି।

ଠକଦଳ ଓ ଟ୍ରଷ୍ଟ୍‌ର ବ୍ୟାଙ୍କ୍ ଆକାଉଣ୍ଟ୍‌ ବିବରଣୀ ପ୍ରଘଟ କରିବାରେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନଟ କରିବା ଲାଗି ପୁଲିସ ଉଦ୍ୟମ ଚଳାଇଛି।

 

 

ସମ୍ବନ୍ଧିତ ଖବର