ନୂଆଦିଲ୍ଲୀ: ବଲୁଚିସ୍ତାନରେ ପାକିସ୍ତାନ ଚଳାଇଥିବା ଦମନଲୀଲାର ସ୍ୱର ଉଠିଛି ଇଂଲଣ୍ଡରେ। ମୁକ୍ତ ବଲୁଚିସ୍ତାନ ବା ଫ୍ରି ବେଲୁଚିସ୍ତାନ ଅଭିଯାନ ଏବେ ଇଂଲଣ୍ଡରେ ଦେଖିବାକୁ ମିଳିଛି। ଫ୍ରି ବେଲୁଚିସ୍ତାନ , ସେଭ ବଲୁଚି ପିପୁଲ ଲେଖାଥିବା ଶହଶହ ବସ ଏବେ ଇଂଲଣ୍ଡ ରାଜରାସ୍ତାରେ। ଅବଶ୍ୟ ଏହାକୁ ନେଇ ପାକିସ୍ତାନ ଖୁସି ହୋଇ ପାରିନାହଁ। ଦୀର୍ଘଦିନ ଧରି ଦମନଲୀଲା ମାଧ୍ୟମରେ ବଲୁଚିି ଲୋକଙ୍କ ସ୍ୱରକୁ ଦବାଇ ରଖିଥିବା ପାକିସ୍ତାନ ପାଇଁ ବସ୍ ଓ ଟ୍ୟାକ୍ସିଗୁଡ଼ିକରେ ଲାଗିଥିବା ବିଜ୍ଞାପନ ବେଶ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି।
ଆଜି ସକାଳୁ ସକାଳୁ ଫି୍ର ବଲୁଚିସ୍ତାନ ଅଭିଯାନ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା। ବିଶ୍ୱ ବଲୁଚି ସଙ୍ଗଠନ ଆନୁକୂଲ୍ୟରେ ଚାଲିଥିବା ଏହି ଅଭିଯାନରେ ପାକିସ୍ତାନ କିପରି ବଲୁଚି ଲୋକଙ୍କୁ ନିର୍ଯ୍ୟାତନାଦେଉଛି ସେ ସମ୍ପର୍କରେ ଉଲ୍ଲେଖ କରାଯାଇ ୧ଶହରୁ ଊର୍ଧ୍ୱ ବସରେ ବିଜ୍ଞାାପନ ଦିଆଯାଇଛି। ଅବଶ୍ୟ ଏ ନେଇ ପାକିସ୍ତାନ ତାର ପ୍ରତିବାଦ କରିଛି। ଇସଲାମବାଦଠାରେ ଇଂଲଣ୍ଡର ରାଷ୍ଟ୍ରଦୂତଙ୍କ ନିକଟରେ ପାକିସ୍ତାନ ଏ ନେଇ ଅଭିଯୋଗ କରିବା ସହିତ ନିଜର ପ୍ରତିବାଦ ଜଣାଇଛି। ପାକିସ୍ତାନଠାରୁ ପ୍ରତିବାଦ ଆସିବା ପରେ ଲଣ୍ଡନର ପରିବହନ ବିଭାଗ ଦେଶର ପ୍ରସିଦ୍ଧ ବ୍ଲାକ୍ କାବ୍ରୁ ଏହି ବଜ୍ଞାପନ ଉଠାଇ ନେବାକୁ ଆଦେଶ ଦେଇଛି। ଏହା ପରେ ମଧ୍ୟ ବିଶ୍ୱ ବଲୁଚି ସଙ୍ଗଠନ ଲଣ୍ଡନର ବସ୍ରେ ଏପରି ବିଜ୍ଞାପନ ଦେଇଛି।
ଏପ୍ରକାର ବିଜ୍ଞାପନକୁ ପାକିସ୍ତାନ ବିରୋଧୀ ବୋଲି ପାକିସ୍ତାନ ଆଖ୍ୟା ଦେଇଛି।ତେବେ ଏହା ପ୍ରଥମ ଥର ନୁହେଁ ଯେ ଏକ ଶାନ୍ତିପୂର୍ଣ୍ଣ ବିଜ୍ଞାପନ ପାକିସ୍ତାନକୁ କଷ୍ଟ ଦେଇଛି। ତେବେ ଲଣ୍ଡନରେ ବିଶ୍ୱ ବଲୁଚି ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ସ୍ଲୋଗାନ ଓ ବିଜ୍ଞାପନ ଉଠାଇ ଦିଆଯିବା ପରେ ବଲୁଚି ନେତାମାନେ କହିଛନ୍ତି୍ି ଏହା ଦ୍ୱାରା ଇଂଲଣ୍ଡରେ ସ୍ୱାଧୀନ ଅଭିବ୍ୟକ୍ତି ନେଇ ସେମାନଙ୍କ ଅଧିକାର କ୍ଷୁର୍ଣ୍ଣ ହୋଇଛି।
ଇଂଲଣ୍ଡରେ ଉଠିଲା ବଲୁଚିସ୍ତାନ କାହାଣୀ, ପାକିସ୍ତାନର ପ୍ରତିବାଦ
/sambad/media/post_attachments/wp-content/uploads/2017/11/FREE-BALOUCHISTAN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)