ନୂଆଦିଲ୍ଲୀ: ବିହାରରେ ବିଜେପିର ଘୋଷଣା ପତ୍ରକୁ ନେଇ ଚାରିଆଡ଼ୁ ହୋଇଥିଲା ସମାଲୋଚନା । କାରଣ ବିଜେପି କ୍ଷମତାକୁ ଆସିଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇଦେବାକୁ ଦେଇଥିଲା ପ୍ରତିଶ୍ରୁତି । ପ୍ରଥମ ଥର ପାଇଁ କୌଣସି ରାଜନୌତିକ ଦଳର ନିର୍ବାଚନୀ ଘୋଷଣା ପତ୍ରରେ କରୋନା ଟିକା ପ୍ରସଙ୍ଗ ସ୍ଥାନ ପାଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ହେଲେ ଏବେ ଆମେରିକାର ଡେମୋକ୍ରାଟ ପ୍ରାର୍ଥୀ ସମାନ ଧରଣର ଘୋଷଣା କରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ଜୋ ବାଇଡେନ୍ କହିଛନ୍ତି ସେ କ୍ଷମତାକୁ ଆସିଲେ ସମସ୍ତ ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇଦେବେ ।
କୋଭିଡ ପ୍ରସଙ୍ଗରେ ତାଙ୍କ ଦଳର ରଣନୀତି ବାବଦରେ ସୂଚନା ଦେଇ ଏହି ଘୋଷଣା କରିଛନ୍ତି ଡେମୋକ୍ରାଟ୍ ପ୍ରାର୍ଥୀ ଜୋ-ବାଇଡେନ୍ । ତେବେ ଜୋ-ବାଇଡେନଙ୍କ ଏହି ଘୋଷଣା ପରେ ଏବେ ବିରୋଧୀମାନେ ତାଙ୍କୁ କଟାକ୍ଷ କରିଛନ୍ତି । ଆମେରିକାରେ ଏବେ ନିର୍ବାଚନ ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ବିତା ଲାଗି ରହିଛି ।
Los Angeles Timesତେବେ କିଛି ଦିନ ତଳେ ବିହାରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ବିଜେପି କ୍ଷମତାକୁ ଆସିଲେ ବିହାର ଲୋକଙ୍କୁ ମାଗଣାରେ କରୋନା ଟିକା ଦିଆଯିବ ବୋଲି ଘୋଷଣା କରାଯାଇଥିଲା, ଯାହାକୁ ନେଇ ବିରୋଧୀମାନେ ସମାଲୋଚନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/t-184.jpg)