ସବୁ ଜିଲ୍ଲା ହସ୍ପିଟାଲରେ ମାଗଣାରେ ଡାଏଲିସିସ କରିପାରିବେ ରୋଗୀ: ଘୋଷଣା କଲେ ଯୋଗୀ

ଲଖନଉ: ଉତ୍ତରପ୍ରଦେଶବାସୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ ଉପହାର ଦେଇଛନ୍ତି | ଜରୁରୀକାଳୀନ ପରିସ୍ଥିତିରେ ୪୮ ଘଣ୍ଟା ମାଗଣା ଚିକିତ୍ସା ପରେ, ଆଜି ଯୋଗୀ ସରକାର ମାଗଣାରେ ଡାଏଲିସିସ୍ ସୁବିଧା ଯୋଗାଇବାକୁ ଯାଉଛନ୍ତି। ଆଜି ଯୋଗୀ ଏବାବଦରେ ଘୋଷଣା କରି କହିଛନ୍ତି ଯେ କିଡନୀ ସମ୍ବନ୍ଧୀୟ ରୋଗର ଚିକିତ୍ସାରେ ଡାଏଲିସିସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ତେଣୁ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟର ସମସ୍ତ ୭୫ଟି ଜିଲ୍ଲା ଡାକ୍ତରଖାନାରେ ମାଗଣା ଡାଏଲିସିସ୍ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜାତୀୟ ଡାଏଲିସିସ୍ କାର୍ଯ୍ୟକ୍ରମ ଅଧୀନରେ ଆମେ ୬୫ଟି ଜିଲ୍ଲାରେ ମାଗଣା ଡାଏଲିସିସ୍ ସୁବିଧା ଯୋଗାଇ ଦେଉଛୁ। ଆଉ ତିନୋଟି ଜିଲ୍ଲାରେ ଏହି ସୁବିଧା ଆରମ୍ଭ ହେବା ସହିତ ବର୍ତ୍ତମାନ ଏହି ସୁବିଧା ୬୮ଟି ଜିଲ୍ଲାକୁ ବୃଦ୍ଧି କରାଯାଇଛି। ଖୁବଶୀଘ୍ର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଏହି ସୁବିଧା ଯୋଗାଇଦିଆଯିବ |

ଯୋଗୀ କହିଛନ୍ତି ଯେ ଯଦି ଆମେ କିଡନୀ ରୋଗରୁ ଦୂରେଇ ରହିବାକୁ ଚାହୁଁଛେ, ତେବେ ଆମକୁ ଶର୍କରାରୁ ଦୂରେଇ ରହିବାକୁ ହେବ। ଆଉ ଶର୍କରାକୁ ଦୂରେଇବାକୁ ହେଲେ ଆମକୁ ଚାପରୁ ଦୂରେଇ ରହିବାକୁ ପଡିବ | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାମେଡିକାଲ୍ କର୍ମଚାରୀମାନେ ଯେକୌଣସି ରାଜ୍ୟର ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ହୋଇଥାନ୍ତି।

ସମ୍ବନ୍ଧିତ ଖବର