ଆପ ୨୦୨୨ ନିର୍ବାଚନ ଜିତିଲେ ପଞ୍ଜାବକୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ: ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଏବେ ନିର୍ବାଚନକୁ ଆଖି ଆଗରେ ରଖି ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ଯଦି ୨୦୨୨ନିର୍ବାଚନ ଜିତି ଆପ ସରକାର ଗଢେ ତେବେ ପଞ୍ଜାବବାସୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ |

କରିଥିବା ଟୁଇଟରେ ସେ ଲେଖିଛନ୍ତି ଯେ, ଦିଲ୍ଲୀରେ ଆମେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇଦେଉଛୁ | ମହିଳାମାନେ ବହୁତ ଖୁସି ଅଛନ୍ତି | ପଞ୍ଜାବର ମହିଳାମାନେ ଏନେଇ ଅତ୍ୟନ୍ତ ଅସନ୍ତୁଷ୍ଟ। ପଞ୍ଜାବରେ ଆପ ସରକାର ଗଢିଲେ ମାଗଣା ବିଦ୍ୟୁତ୍ ଯୋଗାଇ ଦେବ। ଆସନ୍ତାକାଲି ଚଣ୍ଡିଗଡ଼ରେ ଦେଖା ହେବ ବୋଲି ସେ ଲେଖିଛନ୍ତି |

COVID-19: Arvind Kejriwal, US envoy Discuss Ways To Address Pandemic
NDTV.com

ଅନ୍ୟପକ୍ଷରେ ଆସନ୍ତା ନିର୍ବାଚନରେ ଦଳର ମୁଖ୍ୟମନ୍ତ୍ରୀ କିଏ ହେବେ ବୋଲି ପଚରାଯାଇଥିବା ବେଳେ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଦଳରେ ଆଲୋଚନା ଚାଲିଛି, ସମୟ ଆସିଲେ ଆପଣଙ୍କୁ ସୂଚନା ଦିଆଯିବ। କିନ୍ତୁ ଗୋଟିଏ କଥା ମୁଁ ଆପଣଙ୍କୁ କହିପାରେ ଯେ ପୁରା ପଞ୍ଜାବ ତାଙ୍କ ପାଇଁ ଗର୍ବିତ ହେବ | ଗୋଟିଏ କଥା ନିଶ୍ଚିତ ଯେ ଆପର ମୁଖ୍ୟମନ୍ତ୍ରୀ ଶିଖ ସମ୍ପ୍ରଦାୟରୁ ଜଣେ ହେବ |

ସମ୍ବନ୍ଧିତ ଖବର