ଲୋକ ବିଲ ଗଣିବେ, ବିଧାୟକଙ୍କୁ ମିଳିବ ମାଗଣାରେ ବିଦ୍ୟୁତ

ପାଟନା: ନୀତୀଶ ସରକାରଙ୍କ କ୍ୟାବିନେଟ ବୈଠକରେ ମଙ୍ଗଳବାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପରେ ବର୍ତ୍ତମାନ ସରକାର ରାଜସ୍ୱ ଏବଂ ଜମି ସଂସ୍କାର ବିଭାଗରେ ୭୫୯୫ ପଦବୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ବିହାରରେ ୨୦୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦେବାକୁ ଘୋଷଣା କରାଯାଇଛି | କିନ୍ତୁ ସାଧାରଣ ଲୋକଙ୍କୁ ଏହି ମାଗଣା ବିଦ୍ୟୁତ ମିଳିବ ନାହିଁ | ଏହା କେବଳ ସ୍ୱତନ୍ତ୍ର ଲୋକଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି | ବର୍ତ୍ତମାନ ଏମଏଲଏ(ବିଧାୟକ) ଓ ଏମଏଲସି(ବିଧାନ ପରିଷଦ ସଦସ୍ୟ) ପ୍ରତି ମାସରେ ୨୦୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବ |ବାସ୍ତବରେ, ସଂସଦୀୟ ବ୍ୟାପାର ବିଭାଗର ପ୍ରସ୍ତାବ ଉପରେ ବୈଠକରେ ବିହାର ବିଧାନସଭା ସଦସ୍ୟଙ୍କ ଦରମା, ଭତ୍ତା ଏବଂ ପେନ୍‌ସନ୍‌ର ନିୟମ ୧୫ ରେ ସଂଶୋଧନ କରାଯାଇଥିଲା। ଏହା ପରେ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ପ୍ରତି ମାସରେ ୨୦୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ପାଇବେ |

ବର୍ତ୍ତମାନ ବିଧାୟକ, ବିଧାନ ପରିଷଦ ସଦସ୍ୟ ଗୋଟିଏ ବର୍ଷରେ ୩୦,୦୦୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରିବାକୁ ସକ୍ଷମ ହେବେ। ତେବେ ସୂଚନା ଥାଉ କି ଯେ ବିହାରର ସାଧାରଣ ଲୋକଙ୍କୁ ବିଦ୍ୟୁତ ୟୁନିଟ ପିଛା ୬ ଟଙ୍କା ଦେବାକୁ ପଡୁଛି | ଆଉ ମାସକୁ ୨ହଜାର ୟୁନିଟ ଅର୍ଥାତ ପ୍ରାୟ ୧୨ ହଜାର ଟଙ୍କାର ବିଦ୍ୟୁତ ଏବେ ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ମାଗଣାରେ ବ୍ୟବହାର କରିପାରିବେ | ଉଲ୍ଲେଖ ଥାଉ କି ମାଗଣା ବିଦ୍ୟୁତ ଛଡା ବିଧାୟକମାନେ ମାସିକ ୧ ଲକ୍ଷ ୬୫ ହଜାର ଟଙ୍କାର ଭତ୍ତା ମଧ୍ୟ ପାଉଛନ୍ତି |

ସମ୍ବନ୍ଧିତ ଖବର