ତାମିଲନାଡୁର କମ୍‌ବମ୍‌ ନିବାସୀଙ୍କ ପାଇଁ ମାଗଣା ପର୍ଣ୍ଣ୍‌ ସାଇଟ୍‌

ଚେନ୍ନାଇ: ଶୁକ୍ରବାର ସକାଳେ ସବୁ ଦିନ ପରି ଖରା ପଡ଼ିଥିଲା ତାମିଲନାଡୁର କମ୍‌ବମ୍‌ ଉପତ୍ୟକାରେ। କିନ୍ତୁ, ଧନ୍ୟ କହିବ ପ୍ରାପ୍ତ ବୟସ୍କଙ୍କ ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ ଗୋଟାଏ ଆମେରିକୀୟ େଓ୍ଵବ୍‌ସାଇଟ୍‌କୁ। ସତେ ଅବା ସେଇଟା ଡିଜିଟାଲ ମିଡିଆରେ ନିଅାଁ ଲଗାଇ ଦେଲା।
େଓ୍ଵବ୍‌ସାଇଟ୍‌ ଘୋଷଣା କଲା ଯେ ‘ଅଫିସିଆଲ୍‌ ପ୍ରିମିୟମ ପ୍ଲେସ୍‌’ ଭାବେ ବିଶ୍ୱର କେତେକ ଦ୍ୱିଅର୍ଥବୋଧକ ନାଅାଁ ଥିବା ସହରକୁ ମନୋନୀତ କରାଯାଇଛି। ସେଥିରେ ରହିଛି ଭାରତର କମ୍‌ବମ୍‌, ଜର୍ଜିଆର କ୍ୟୁମିଙ୍ଗ୍‌ ଏବଂ ନେଦର୍‌ଲାଣ୍ଡ୍‌ସ୍‌ର ରେକ୍‌ଟମ୍‌।

ଏହି ଅଗ୍ରଣୀ ପ୍ରାପ୍ତବୟସ୍କ ମନୋରଞ୍ଜନ ସାଇଟ୍‌ର ଆଜୀବନ ସଦସ୍ୟତା ପାଉଥିବା ଅଳ୍ପ କେତେକ ଭାଗ୍ୟଶାଳୀଙ୍କ ମଧ୍ୟରେ ଅଛନ୍ତି କମ୍‌ବମ୍‌ବାସୀ। ଇଣ୍ଟର୍‌ନେଟ୍‌ ଆସିବା ପୂର୍ବରୁ ପଶ୍ଚିମଘାଟ ଉପତ୍ୟକାରେ ଥିବା ଏହି ସହର ନୈସର୍ଗିକ ସୌନ୍ଦଯ୍ୟ, ମିଠା ପାଣି ଆଦି ପାଇଁ ପ୍ରସିଦ୍ଧ ଥିଲା।

ଏହି ତାଲିକାରେ ଅନ୍ୟ କେତେକ ଭାରତୀୟ ସ୍ଥାନ ଅନ୍ତର୍ଭୁକ୍ତ ଥିବା କଥା କୁହାଯାଉଛି। ସେଥିରୁ ଗୋଟାଏ ହେଉଛି ସୁମଧୁର ଆପ୍ରିକୋଟ୍‌ ଉଦ୍ୟାନ ଥିବା ହିମାଚଳ ପ୍ରଦେଶର ‘ପୁ’ ଏବଂ ଆସାମର ଏକ ଅଜ୍ଞାତ ଟିକି ଗାଁ ‘ଚୁତିଆ’। ଏହି ସବୁ ସ୍ଥାନରେ ଅଭିଯାନ ଆରମ୍ଭ ଅବସରରେ ସେ ପ୍ରପ୍ତ ବୟସ୍କ ସାଇଟ୍‌ ଏକ ପ୍ରମୋସ୍‌ନାଲ୍‌ ଭିଡିଓ ରିଲିଜ୍‌ କରିଛି। ଏଥିରେ ରହିଛି କିଛି ସ୍ୱାଗତ ସଙ୍କେତ ଏବଂ ସହର ମନୋନୀତ ସହରର ପ୍ରମୁଖ ଉଲ୍ଲେଖନୀୟ ସ୍ଥାନ ଆଦି।

ସମ୍ବନ୍ଧିତ ଖବର