ଅକ୍ଟୋବର ୨୯ ଠାରୁ ‘ଡିଟିସି’ ଓ ‘କ୍ଲଷ୍ଟର୍‌’ ବସ୍‌ରେ ମାଗଣା ଯାତ୍ରା କରି ପାରିବେ ମହିଳା: ଅରବିନ୍ଦ କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖ ‘ଭୟା ଦୂଜ୍‌’ ଠାରୁ ‘ଡିଟିସି’ ଏବଂ ‘କ୍ଲଷ୍ଟର୍‌’ ବସ୍‌ଗୁଡ଼ିକରେ ମହିଳାମାନେ ମାଗଣାରେ ଯାତ୍ରା କରି ପାରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍‌ ଆଦ୍‌ମି ପାର୍ଟିର ଆବାହକ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଗୁରୁବାର ଦିନ ଘୋଷଣା କରିଛନ୍ତି।

ଛତ୍ରଶାଳ ଷ୍ଟାଡିୟମ୍‌ରେ ଦିଲ୍ଲୀ ସରକାରଙ୍କର ସ୍ୱାଧୀନତା ଦିବସ ଉତ୍ସବରେ ସେ ଏକଥା ଘୋଷଣା କରିଛନ୍ତି।

ସେ କହିଛନ୍ତି: ରକ୍ଷା ବନ୍ଧନ ଦିନ, ମୁଁ ଭଉଣୀମାନଙ୍କୁ ଉପହାର ଦେବାକୁ ଚାହୁଁଛି। ଅକ୍ଟୋବର ୨୯ ତାରିଖ ଠାରୁ ଦିଲ୍ଲୀ ପରିବହନ ନିଗମ ଏବଂ କ୍ଲଷ୍ଟର୍‌ ବସ୍‌ରେ ମହିଳାମାନେ ମାଗଣା ଯାତ୍ରା କରିପାରିବେ।

ସମ୍ବନ୍ଧିତ ଖବର