୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ: ମହାରାଷ୍ଟ୍ର ସରକାର
ମୁମ୍ବାଇ: ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି କରୋନା ଟିକା । ଏହି ଟିକାର ଦାମକୁ ନେଇ ଦେଶରେ ରାଜନୀତି ଚାଲିଥିବା ବେଳେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ମାଗଣାରେ ଟିକା ଦିଆଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ଏହାଦ୍ୱାରା ରାଜ୍ୟରେ ଦୃତଗତିରେ ଟିକାକରଣ ହୋଇପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
କହିରଖୁ କି ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ ପହିଲାରୁ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ହେଲେ ଟିକା କେନ୍ଦ୍ର ସରକାର ମାଗଣାରେ ଦେବେ କି ରାଜ୍ୟ ସରକାର କିଣି ଲୋକମାନଙ୍କୁ ଦେବ କିମ୍ବା ଲୋକମାନଙ୍କୁ ନିଜ ଟଙ୍କାରେ ଟିକା କିଣି ନେବାକୁ ହେବ ତାହା ଏବେ ଦନ୍ଦ୍ୱରେ ଥିବା ବେଳେ ମହାରାଷ୍ଟ୍ର ସରକାରଙ୍କ ଏଭଳି ଘୋଷଣା ରାଜ୍ୟବାସୀଙ୍କୁ ଆଶ୍ୱସ୍ଥ କରିଛି ।