ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଡ ଘୋଷଣା କରିଛନ୍ତି | ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି | ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି | ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ | ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ | ଉତ୍ପାଦିତ ଟୀକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ |

ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ | ଟଙ୍କା ଦେଇ ଘରୋଇ ହସପିଟାଲରୁ ଲୋକ ଟିକା ନେଇପାରିବେ | ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ହିଁ ସର୍ଭିସ ଚାର୍ଜ ନେଇପାରିବେ | ଘରୋଇ ହସ୍ପିଟାଲର ଟିକାକରଣ ଉପରେ ରାଜ୍ୟ ନଜର ରଖିବ | ମୋଦୀ କହିଛନ୍ତି ଯେ ପୂର୍ବରୁ କେନ୍ଦ୍ର ଦେଉଥିବା ଟୀକାର ୨୫ ପ୍ରତିଶତ ରାଜ୍ୟ ନିଜ ଆବଶ୍ୟକତା ଅନୁସାରେ ଟିକାକରଣ କରୁଥିଲା | ଏବେ କେନ୍ଦ୍ର ସବୁ ଟିକାର ଦାୟିତ୍ୱ ନେଲା | ଏହା ସହ ମୋଦୀ କହିଛନ୍ତି ଯେ ୨ୟ ଲହରରେ ଆମେ ଆମର ସମ୍ପର୍କୀୟଙ୍କୁ ହରାଇଛୁ | ଯେଉଁମାନେ ନିଜ ପରିବାର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ସହ ଅଛି | ବିଗତ ଶହେ ବର୍ଷରେ ଏହା ସବୁଠାରୁ ବଡ ମହାମାରୀ |

ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ | ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ବଡ ଅସ୍ତ୍ର | ମାସ୍କ, ସାମାଜିକ ଦୂରତା ସହ ଟିକା ବଡ ବ୍ରହ୍ମାସ୍ତ୍ର |ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା | ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ | ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ ତେବେ ଏବେ ଟିକାକରଣ ଆରମ୍ଭ ହୋଇନଥାନ୍ତା | ଆମ ଦେଶର ବୈଜ୍ଞାନିକମାନେ ଦେଖାଇ ଦେଲେ ଭାରତ ବି ବଡ ବଡ ଦେଶଠୁ କିଛି କମ ନୁହେଁ | ଆମ ବୈଜ୍ଞାନିକଙ୍କ ଉପରେ ଆମର ବିଶ୍ୱାସ ଥିଲା । ସେହି ବିଶ୍ୱାସ ହିଁ ସିଦ୍ଧିରେ ପରିଣତ ହେଲା

ସମ୍ବନ୍ଧିତ ଖବର