୨୦୨୦ ମାର୍ଚ୍ଚ ସୁଦ୍ଧା ଗ୍ରାମାଞ୍ଚଳରେ ମିଳିବ ମାଗଣା ଓ୍ଵାଇ-ଫାଇ ସେବା

ନୂଆଦିଲ୍ଲୀ: ଭାରତନେଟ୍‌ ଜରିଆରେ ଏଣିକି ଗ୍ରାମୀଣ ଅଧିବାସୀ ମାଗଣା ୱାଇଫାଇ ସେବାର ଲାଭ ଉଠାଇପାରିବେ । ଭାରତନେଟ ଅପଟିକାଲ ଫାଇବର୍‌ ଦ୍ୱାରା ସଂଯୋଗ ହୋଇଥିବା ଗାଁମାନଙ୍କରେ ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଟେଲିକମ୍‌ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧.୩ ଲକ୍ଷ ଗ୍ରାମ ପଞ୍ଚାୟତକୁ ଭାରତନେଟ ଅପଟିକାଲ ଫାଇବର ସହ ଯୋଡା ସରିଛି । ଆମର ଲକ୍ଷ୍ୟ ହେଉଛି ଏହାକୁ ୨.୫ ଲକ୍ଷରେ ପହଞ୍ଚାଇବା । ଭାରତ ନେଟ୍‌ ସର୍ଭିସର ପ୍ରସାର ନିମନ୍ତେ ୨୦୨୦ମାର୍ଚ୍ଚ ମାସ ମଧ୍ୟରେ ମାଗଣା ଓ୍ଵାଇ-ଫାଇ ସେବା ଯୋଗାଇ ଦିଆଯିବାର ଯୋଜନା ରହିଛି । ଏହାଦ୍ବାରା ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରାଇବାରେ ଡିଜିଟାଲ୍‌ ସେବା ସହାୟକ ହେବ।

Image result for free-wifi-bharatnet-village-india
The Indian Express

ଡିଜିଟାଲ୍‌ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ କିମ୍ବା ଆର୍ଥିକ ସେବା ଯୋଗାଇ ଗ୍ରାମୀଣ ସମୁଦାୟକୁ ସଶକ୍ତ କରିବା ଉପରେ ଡିଜିଟାଲ୍‌ ଗ୍ରାମ ପ୍ରକଳ୍ପ ଗୁରୁତ୍ୱ ଦିଏ । ଡିଜିଟାଲ୍‌ ଗ୍ରାମରେ ଯୋଗ୍ୟ ନାଗରିକମାନଙ୍କୁ କମ୍ପ୍ୟୁଟର୍‌ ଏବଂ ନେଟ୍‌ ବିଷୟରେ ତାଲିମ ଦିଆଯିବ । ଯୁବବର୍ଗ ଏବଂ ଛାତ୍ରଛାତ୍ରୀମାନେ ଏଥିରୁ ଅନେକ ପ୍ରକାର ଶିକ୍ଷାଗତ ଏବଂ ଅନ୍ୟାନ୍ୟ ଜ୍ଞାନକୌଶଳ ପାଇ ପାରିବେ ବୋଲି କହିଛନ୍ତି କେନ୍ଦ୍ର ଟେଲିକମ୍‌ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ସମ୍ବନ୍ଧିତ ଖବର