ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନରେ ପ୍ରମୁଖ ଆବାସିକ କମିସନରଙ୍କ ଦ୍ବାରା ଓଡ଼ିଶାର ଦୁଇ ଜଣ ବର୍ଷିଆନ ସ୍ବାଧୀନତା ସଂଗ୍ରାମୀ ନୟାଗଡ଼ ଜିଲ୍ଲାର ସହଦେବ ବେହେରା ଓ ଯାଜପୁର ଜିଲ୍ଲାର ନୀଳମଣି ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରମୁଖ ଆବାସିକ କମିସନର ତୁହିନକାନ୍ତ ପାଣ୍ଡେ ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କ ଦିଲ୍ଲୀ ଆଗମନକୁ ସ୍ବାଗତ କରିବା ସହିତ ସେମାନଙ୍କୁ ସାଲ୍‌ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଦ୍ବାରା ଭାରତ ଛାଡ଼ ଆନ୍ଦୋଳନ ପୂର୍ତ୍ତି ଅବସରରେ ଆୟୋଜନ କରାଯାଉଥିବା ‘ଆଟ୍‌ ହୋମ୍‌’ ଉତ୍ସବରେ ଉଭୟ ସ୍ବାଧୀନତା ସଂଗ୍ରାମୀ ଯୋଗଦେବେ। ରାଷ୍ଟ୍ରପତିଙ୍କ ଆଟ୍‌ ହୋମ୍ କାର୍ଯ୍ୟରେ ଯୋଗଦେବା ପାଇଁ ଗତକାଲି ଦୁଇ ସ୍ବାଧୀନତା ସଂଗ୍ରାମୀ ବିମାନ ଯୋଗେ ଆସି ଦିଲ୍ଲୀ ପହଞ୍ଚିଥିଲେ। ଉଲ୍ଲେଖଯୋଗ୍ୟ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍‌ କଲାମଙ୍କ ଦ୍ବାରା ପ୍ରତ୍ୟେକ ବର୍ଷ ଅଗଷ୍ଟ ୯ରେ ଦେଶର ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ କରାଯିବା ପରମ୍ପରା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର