୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ରାଜୁଙ୍କ ୩ଠ ଫୁଟ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସହ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ। ସେ କହିଲେ, ସମୃଦ୍ଧ ଅତୀତ ସମ୍ପନ୍ନ ଆନ୍ଧ୍ର ପ୍ରଦେଶର ଏହି ପବିତ୍ର ମାଟିକୁ ଅଭିନନ୍ଦନ ଜଣାଇବା ପାଇଁ ତାଙ୍କୁ ସୁଯୋଗ ପ୍ରାପ୍ତ ହୋଇଛି । ଆଜାଦୀ କା ଅମୃତ ମହୋତ୍ସବ ସହ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜୟନ୍ତୀ ଓ ରାମ୍ଫା ବିଦ୍ରୋହର ୧୦୦ ବର୍ଷ ପୂରଣର ଅପୂର୍ବ ମିଳନ ଘଟିଥିବା ସେ କହିଥିଲେ। ପ୍ରଧାନମନ୍ତ୍ରୀ ମହାନ ‘ମାନ୍ୟମ ଭୀରୁଡୁ’ ଆଲୁରୀ ସୀତାରାମ ରାଜୁଙ୍କ ସ୍ମୃତିରେ ନତମସ୍ତକ ହେବା ସହ ସମଗ୍ର ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଭେଟି ସେ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ‘ଆଦିବାସୀ ପରମ୍ପରା’ ପ୍ରତି ଶ୍ରଦ୍ଧା ବ୍ୟକ୍ତି କରିବା ସହ ଆନ୍ଧ୍ର ପ୍ରଦେଶର ଏହି ପରମ୍ପରାରୁ ଜନ୍ମ ନେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଆଲୁରୀ ସୀତରାମ ରାଜୁଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ରାମ୍ଫା କ୍ରାନ୍ତିର ଶତବାର୍ଷିକୀ ବର୍ଷ ବ୍ୟାପୀ ହେବ ବୋଲି ପ୍ରଧାନମନ୍ତ୍ରୀ ଜଣାଇଥିଲେ । ତାଙ୍କ ଜନ୍ମସ୍ଥାନ ପଣ୍ଡରଙ୍ଗୀ ଓ ଚିନ୍ତାପଲୀ ଥାନାର ପୁନରୁଦ୍ଧାର ସହ ମୋଗାଲୁରେ ଆଲୁରୀ ଧ୍ୟାନ ମନ୍ଦିର ପ୍ରତିଷ୍ଠା ଅମୃତ ମହୋତ୍ସବର ଉତ୍ସାର ପ୍ରତୀକ ବୋଲି ସେ କହିଥିଲେ । ଆଜିର କାର୍ଯ୍ୟକ୍ରମ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବୀରତ୍ୱ ଗାଥା ପ୍ରତିଫଳିତ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମ କେବଳ ମାତ୍ର କେତେ ବର୍ଷ, କେତେକ ଅଞ୍ଚଳ ଓ କେତେକ ଲୋକଙ୍କ ଇତିହାସ ନୁହେଁ । ଏହି ଇତିହାସ ତ୍ୟାଗର ଟାଣପଣର ଓ ଦେଶର କୋଣ ଅନୁକୋଣରେ ବଳିଦାନର । “ଆମ ସ୍ୱାଧୀନତା ସଂଗ୍ରାମର ଇତିହାସ ଆମ ଶକ୍ତି ଓ ବିବିଧତା, ସଂସ୍କୃତି ଓ ଆମ ଜାତିର ଐକ୍ୟର ପ୍ରତୀକ । ଆଲୁରୀ ସୀତାରାମ ରାଜୁଙ୍କୁ ଭାରତୀୟ ସଂସ୍କୃତି, ଆଦିବାସୀ ମାନ୍ୟତା, ମୌର୍ଯ୍ୟ, ଆଦର୍ଶ ଓ ଗୁଣର ପ୍ରତୀକ ଭାବେ ବିବେଚନା କରି ପ୍ରଧାନମନ୍ତ୍ରୀ ସୀତାରାମ ରାଜୁ ମହାଶୟଙ୍କ ଜନ୍ମରୁ ଯୋଗ ଓ ସମ୍ପୂର୍ଣ୍ଣ ଜୀବନଯାତ୍ରା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ ସେ ଆଦିବାସୀ ସମାଜ, ସେମାନଙ୍କ ସୁଖ ଓ ଦେଶର ସ୍ୱାଧୀନତା ପାଇଁ ନିଜ ପ୍ରାଣ ଉତ୍ସର୍ଗ କରିଥିଲେ । ଆଲୁରୀ ସୀତାରାମ ରାଜୁ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଉତ୍ସାହର ପ୍ରତିନିଧିତ୍ୱ କରନ୍ତି ଯାହାର ଉଦେଶ୍ୟ ହେଉଛି ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।