ପ୍ୟାରିସ୍: ବିଳମ୍ବିତ ରବିବାରେ ଚାମ୍ପ୍ସ୍ ଏଲିସିସ୍ରୁ ସମବେତ ଜନତାଙ୍କୁ ଘଉଡ଼ାଇବାକୁ ଫରାସୀ ପୁଲିସ ଲୁହବୁହା ବାସ୍ପ ନିକ୍ଷେପ କରିଥିଲା। ଚାମ୍ପ୍ସ୍ ଏଲିସିସ୍ ଠାରେ ଫିଫା ବିଶ୍ୱକପ୍ ବିଜୟ ଉତ୍ସବ ପାଳନକୁ ଭଣ୍ଡୁର କରିବାକୁ ଅଳ୍ପ କେତେକ ଉତ୍ସୃଙ୍ଖଳ ସମର୍ଥକ ଧମକ ଦେବା ପରେ ପୁଲିସ ଏ ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଚୂଡ଼ାନ୍ତ ସିଟି ବାଜିବା ପରେ ୟୁତ ନିୟୁତ ଫରାସୀ ସମର୍ଥକ ରାସ୍ତାକୁ ବାହାରି ଆସିବା ସହ ରାଜଧାନୀର ଥିବା ଚାମ୍ପ୍ସ୍ ଏଲିସିସ୍ଠାରେ ସମବେତ ହୋଇଥିଲେ।
ସନ୍ଧ୍ୟା ମାଡ଼ି ଆସିବା ପରେ ସମର୍ଥକମାନଙ୍କର ଏକ ଛୋଟିଆ ଦଳ ପୁଲିସ ସହ ସଂଘର୍ଷ କରିବା ସହ କେତେକ ଦୋକାନ ଏବଂ ଘରଦ୍ୱାର ଭଙ୍ଗାରୁଜା କରିଥିଲେ।
ଲୁହବୁହା ବାସ୍ପ ପ୍ରୟୋଗ କରୁଥିବା ପୁଲିସ ଉପରକୁ କେତେକ ପଥର ଓ ପ୍ରୋଜେକ୍ଟାଇଲ୍ ଆଦି ଫିଙ୍ଗିଥିଲେ। ସମବେତ ଜନତାଙ୍କୁ ଘଉଡ଼ାଇବାକୁ ନିରାପତ୍ତା ଅଧିକାରୀମାନେ ନିଷ୍ପତ୍ତି ନେଇଥିଲେ ବୋଲି ଜଣାପଡ଼ିଛି। ଲିଓନ୍ ସହରରେ ମଧ୍ୟ ଲୋକେ ସାମାନ୍ୟ ଝଗଡ଼ାଛାଟି କରିଥିବା ଖବର ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/france-1.jpg)