ପ୍ୟାରିସ୍: ୟୁକ୍ରେନ୍ ଉପରେ ରୁଷୀୟ ଆକ୍ରମଣର ଅବସାନ ଘଟାଇବା ପାଇଁ ବେଜିଙ୍ଗ୍ର ସହାୟତା ଲୋଡ଼ିବା ଲାଗି ଏପ୍ରିଲ୍ ପ୍ରାରମ୍ଭରେ ଚୀନ୍ ଗସ୍ତରେ ଯିବେ ବୋଲି ଶନିବାର ଦିନ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନି କହିଛନ୍ତି।
ସୂଚନାଯୋଗ୍ୟ, ୟୁକ୍ରେନ୍ରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ଆହ୍ବାନ ଦେଇ ଶୁକ୍ରବାର ଦିନ ଚୀନ୍ ଗୋଟାଏ ୧୨ସୂତ୍ରୀ ଶାନ୍ତି ଯୋଜନା ଉପସ୍ଥାପନ କରିଛି। ଯୁଦ୍ଧର ଅବସାନ ନିମନ୍ତେ ଜରୁରୀ ଶାନ୍ତି ଆଲୋଚନା ଏବଂ ରାଜନୈତିକ ବୁଝାମଣା କଥା ଉକ୍ତ ପ୍ରସ୍ତାବରେ ରହିଛି।
ଶୁକ୍ରବାର ଦିନ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ମଧ୍ୟ କହିଛନ୍ତି ଯେ, ବିଶ୍ବ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେ ମଧ୍ୟ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବେ।
/sambad/media/post_attachments/wp-content/uploads/2023/02/war.jpg) Image Courtesy of India Today
 Image Courtesy of India Todayତେଣୁ, ଗତକାଲି ପ୍ୟାରିସ୍ରେ ଆୟୋଜିତ ଗୋଟାଏ କୃଷି ମେଳାରେ ମାକ୍ରୋନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଚୀନ୍ ଶାନ୍ତି ପ୍ରସ୍ତାବ ଆଗତ କରିବା ଉତ୍ତମ କଥା। ଚୀନ୍ ରୁଷ୍କୁ କୌଣସିମତେ ବୁଝାଇ ଦେଲେ ସେ କଦାପି ରାସାୟନିକ ଅଥବା ଆଣବିକ ଅସ୍ତ୍ର ପ୍ରୟୋଗ କରିବ ନାହିଁ। ଅବଶ୍ୟ ଏଭଳି ଉଦ୍ୟମ ଚୀନ୍ କରିସାରିଛି। ଆଲୋଚନାର ସମ୍ଭାବନା ଥିବାରୁ ରୁଷ୍ ଭୟାବହ ଆକ୍ରମଣ କରିବାରୁ ନିବୃତ ରହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ରୁଷୀୟ ଆକ୍ରମଣ ବନ୍ଦ ହେଲେ, ସୈନ୍ୟ ପ୍ରତ୍ୟାହାର କଲେ, ୟୁକ୍ରେନ୍ର ଆଞ୍ଚଳିକ ସାର୍ବଭୌମତ୍ବ ଏବଂ ତା’ର ଜନସାଧାରଣଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କଲେ ଯାଇ ଶାନ୍ତି ସମ୍ଭବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/macron.jpg)
