‘କୋଭିଡ୍-୧୯’ ଚିକିତ୍ସା ନିମନ୍ତେ ଫରାସୀ ଗବେଷକଙ୍କ ଔଷଧ ପରୀକ୍ଷଣ ସଫଳ ହୋଇଛି !

ପ୍ୟାରିସ୍: ‘କୋଭିଡ୍-୧୯’ର ଚିକିତ୍ସା ନିମନ୍ତେ ଜଣେ ଫରାସୀ ଗବେଷକ ତାଙ୍କ ଔଷଧ ପରୀକ୍ଷଣ ସଫଳ ହୋଇଥିବା ଦାବି କରିଛନ୍ତି । ଏହି ଔଷଧ ଦେବା ଦ୍ୱାରା ମାତ୍ର ଛଅଦିନ ମଧ୍ୟରେ କରୋନାଭୂତାଣୁକୁ ସଂକ୍ରମଣ ରହିତ କରାଯାଇପାରିବ ବୋଲି  ଗବେଷକ କହିଛନ୍ତି ।

“ଆଇଏଚୟୁ ମେଡିଟେରାନି’ ହସପିଟାଲର ସଂକ୍ରମଣ ରୋଗ ବିଶେଷଜ୍ଞ ପ୍ରଫେସର ଡାଇୟର୍ ରାଓଲ୍ଟ୍ ଏହି ଦାବି କରିଛନ୍ତି । ଏ ସପ୍ତାହର ପ୍ରାରମ୍ଭରେ ସେ କରିଥିବା ଗବେଷଣାକୁ ଏକ ଭିଡିଓ ଜରିଆରେ ସେ ଉପସ୍ଥାପିତ କରି  ଏ କଥା କହିଛନ୍ତି । କରୋନାଭାଇରସର ସମ୍ଭାବ୍ୟ ଚିକିତ୍ସା ଉପରେ ଗବେଷଣା କରିବାକୁ ଫ୍ରାନ୍ସ ସରକାର ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ ।

Image Source: The Hans India

ରାଓଲ୍ଟଙ୍କ କହିବା ଅନୁସାରେ, ସେ ଚିକିତ୍ସା କରିଥିବା ପ୍ରଥମ “କୋଭିଡ୍-୧୯’ ରୋଗୀଙ୍କୁ ସେ କ୍ଲୋରୋକୁଓନ ଦେଇଥିଲେ । କ୍ଲୋରୋକୁଇନ୍ ଖାଇବା ପରେ ଉକ୍ତ ରୋଗୀଙ୍କ ଆରୋଗ୍ୟ ପ୍ରକ୍ରିୟା ଦ୍ରୁତତର ହୋଇଥିଲା । ଏହାଛଡ଼ା ତାଙ୍କ ଠାରେ ସଂକ୍ରମିତ ଭୂତାଣୁଙ୍କ ସଂକ୍ରମଣ ସମୟ ଅବଧି ମଧ୍ୟ ହ୍ରାସ ପାଇଥିଲା । (ଅର୍ଥାତ୍ ସଂକ୍ରମଣ ହେବା ପାଇଁ ଭୂତାଣୁ ସକ୍ରିୟ ରହୁଥିବା ସମୟସୀମା)

ସାଧାରଣତଃ ମ୍ୟାଲେରିଆ ନିରାକରଣ ଓ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା କ୍ଲୋରୋକୁଇନକୁ ରାଓଲ୍ଟ ପ୍ଲେକୁ୍ୟନିଲ୍ ସହ ରୋଗୀଙ୍କୁ ଦେଇଥିଲେ। ଦୈନିକ ୬୦୦ ମାଇକ୍ରୋଗ୍ରାମ କରି ୧୦ ଦିନ ଯାଏଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର