କୁମ୍ଭମେଳା ଅବସରରେ ଗଙ୍ଗାରେ ପବିତ୍ର ବୁଡ଼ ପକାଇଲେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ୨୦୧୯ ମସିହା କୁମ୍ଭମେଳା ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ଗଙ୍ଗାରେ ପବିତ୍ର ବୁଡ଼ ପକାଇଛନ୍ତି। ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ମନ୍ତ୍ରାଳୟର କିଛି ସଦସ୍ୟ ମଧ୍ୟ ତାଙ୍କ ସହ ଗଙ୍ଗାରେ ବୁଡ଼ ପକାଇଛନ୍ତି ବୋଲି ସୂଚନା ରହିଛି।

 

ଏହାବ୍ୟତୀତ ପ୍ରୟାଗରାଜରେ ଉତ୍ତରପ୍ରଦେଶ ସରକାର ଆଜି ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ ମଧ୍ୟ କରିଥିଲେ। ପ୍ରଥମ କରି ଯୋଗୀ ଲକ୍ଷ୍ନୌ ବାହାରେ ଆୟୋଜିତ ହେଉଥିବା ବୈଠକରେ ଯୋଗ ଦେଇଥିବାରୁ ବୈଠକଟି ନିଆରା ନିଶ୍ଚୟ।

ଯୋଗୀ ଆଦିତ୍ୟନାଥ ବୁଡ଼ ପକାଇବା ବେଳେ ‘ହର ହର ଗଙ୍ଗେ’ ମନ୍ତ୍ର ଜପ କରି ଥିଲେ। ୧.୪ କୋଟିରୁ ଊର୍ଧ୍ୱ ଭକ୍ତ ଏହି ମନ୍ତ୍ର ଜପ କରି ବୁଡ଼ ପକାଇଥିବାର ଦେଖିବାକୁ ମିଳିଥିଲା।

 

ଯୋଗୀ, ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କ ବ୍ୟତୀତ ଅହୁରି ଅନ୍ୟ ସାଧୁମାନେ ବି ଗୀତ ଗାଇ ଗାଇ ଏହି ପବିତ୍ର ବୁଡ଼ ପକାଇଥିବା ଦେଖିବାକୁ ମିଳିଛି।

ଯୋଗୀଙ୍କ ସହ ତାଙ୍କର ଅନ୍ୟ ସଦସ୍ୟମାନେ ଗେରୁଆ ରଂଗର ଗାମୁଛା ପିନ୍ଧି ଭୁଡ଼ ପକାରଉଥିବାର ଦୃଶ୍ୟ ଦେଖା ଦେଇଛି।

ସମ୍ବନ୍ଧିତ ଖବର