ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା ଘଟଣା: ଦିଲ୍ଲୀରୁ ପଞ୍ଜାବ ୪ ଜେଲରେ ହୋଇଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ଘଟଣାର ଆଉ ଏକ ରହସ୍ୟ ପଦାକୁ ଆସିଛି। ତାଙ୍କୁ ମାରିବା ପାଇଁ ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ୪ଟି ଜେଲରେ ଷଡ଼ଯନ୍ତ୍ର ହୋଇଥିଲା। ମନସା କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରୁ ଏହା ଜଣାପଡ଼ିଛି। ୫ ଅଭିଯୁକ୍ତ ଯେଉଁମାନେ କି ପଞ୍ଜାବ ଏବଂ ଦିଲ୍ଲୀର ବିଭିନ୍ନ ଜେଲରେ ଅଛନ୍ତି, ସେମାନେ ହିଁ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ମଇ ୨୯ ତାରିଖ ପଞ୍ଜାବର ମନସା ନିକଟ ଜବାହରକେ ଗାଁରେ ମୋସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥଲା । ଅଗଷ୍ଟ ୨୬ରେ ଦାଖଲ ହୋଇଥିବା ଚାର୍ଜସିଟ ଅନୁଯାୟୀ, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଲରେନ୍ସ ବିଷ୍ଣୁ ଏବଂ ଜଗୁ ଭଗବାନ ପୁରିଆଙ୍କୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଛି। ମନପ୍ରୀତ ମାନ୍ନା ଫିରୋଜେପୁର ଜେଲରେ, ବାଥୀଣ୍ଡା ଜେଲରେ ସରଜ ସାନ୍ଧୁ ଏବଂ ମନସା ଜେଲରେ ମନମୋହନ ସିଂ ମୋହନଙ୍କୁ ରଖାଯାଇଛି । ଅନୁସନ୍ଧାନ ପାଇଁ ପାଞ୍ଚଜଣଙ୍କୁ ୱାରେଣ୍ଟରେ ଅଣାଯାଇଥିଲା। ପୱନ ନେହେରା, ଯାହାକୁ ପ୍ରଥମେ ଏହି ମାମଲାରେ ଫିରୋଜପୁର ଜେଲରେ ରଖାଯାଇଥିଲା, କିନ୍ତୁ ପରେ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଥିଲା।

ଖବର ଅନୁସାରେ ଜେଲରେ ଥାଇ ମୋବାଇଲ ଫୋନରେ ଲୋକଙ୍କୁ ଧମକ ଦେବା, କାହା ଜରିଆରେ ଲୋକଙ୍କୁ ଭୟଭୀତ କରି ଅର୍ଥ ମାଗିବା ଭଳି ଅନେକ ଅପରାଧିକ ରେକର୍ଡ ଏହି ଅଭିଯୁକ୍ତମାନଙ୍କ ନାଁରେ ଅଛି। ତେବେ ମୋସେୱାଲାଙ୍କୁ ହତ୍ୟାର ଦୁଇ ଦିନ ପରେ ଅର୍ଥାତ ମଇ ୩୧ ତାରିଖରେ ତାଲୱାଣ୍ଡି ସାବୋର ମନପ୍ରୀତ ମାନ୍ନାଙ୍କୁ ଗିରଫ କରାଯାଇଥିଲା, ଯିଏକି ଫିରୋଜପୁର ଜେଲରେ ଅଛି। ସେ ଏକ କାର ଯୋଗାଡ କରି ମନପ୍ରୀତି ଭାଉଙ୍କୁ ଦେଇଥିଲା। ଯାହାକି ପର ମୁହୂର୍ତ୍ତରେ ସୁଟର ଜଗରୁପ ରୂପା ଓ ମନପ୍ରୀତି ମାନୁଙ୍କ ପ୍ରଦାନ କରାଯାଇଛି। ସେହିପରି ସାରଜ ସାନ୍ଧୁଙ୍କୁ ମଧ୍ୟ ମେ ୩୧ ରେ ଗିରଫ କରାଯାଇ ବାଥିନ୍ଦା ଜେଲରେ ରଖାଯାଇଥିଲା। ଉଭୟ ମାନ୍ନା ଏବଂ ସାରଜ ୨୨ଡିସେମ୍ବର ୨୦୨୧ ରୁ ୨୩ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ଫିରୋଜପୁର ଜେଲରେ ଥିଲେ ।

ପରେ ସରଜଙ୍କୁ ବାଥିଣ୍ଡା ଜେଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ଲରେନ୍ସ ବିଷ୍ଣୋଇ ଏବଂ କାନାଡା ସ୍ଥିତ ସତ୍ୟବିନ୍ଦର ସିଂ ଛଦ୍ମନାମ ଗୋଲ୍ଡି ବ୍ରାରଙ୍କ ସଂସ୍ପର୍ଶରେ ଆସିଥିଲା। ସୁଟରମାନଙ୍କୁ ଗାଡି ଯୋଗାଡ କରିବାରେ ତା’ର ପ୍ରମୁଖ ଭୂମିକା ଥିବା କୁହାଯାଉଛି। ପଟିଆଲା ହାଉସ କୋର୍ଟରୁ ଟ୍ରାଞ୍ଜିଟ୍ ରିମାଣ୍ଡ ପାଇବା ପରେ ବିଷ୍ଣୋଇଙ୍କୁ ଜୁନ୍ ୧୪ରେ ଦିଲ୍ଲୀରୁ ଅଣାଯାଇଥିଲା। ଗୋଲ୍ଡୀ ବ୍ରାର ଓ ବିଷ୍ଣୋଇ ହିଁ ଏହି ଷଡ଼ଯନ୍ତ୍ରର ମୁଖ୍ୟ ଭୂମିକା ନେଇ ଅକାଳୀ ନେତା ମିଦୁଖେରାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ମୁସେୱାଲାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ। ଜୁନ ୧୭ ତାରିଖରେ ଉକ୍ତ ଘଟଣାରେ ଗିରଫ ହୋଇ ମନସା ଜେଲରେ ଥିବା ରାଲି ଗାଁର ମନମୋହନ ମହନା ଏଭଳି ଅଭିଯୋଗ କରିଛନ୍ତି। ତାଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ତାଙ୍କୁ ନେଇ ମନସା ଜେଲରେ ପୁଲିସ ପହଞ୍ଚିଥିଲା। ଉକ୍ତ ଜେଲର ବ୍ଲକ – ୨ସ୍ଥିତ ବାରାକ ନଂ. ୨ ନିକଟରେ ଥିବା ଏକ ଡ୍ରେନରୁ ୨ଟି ମୋବାଇଲ ପୁଲିସ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର