ଇସ୍ରୋ ମୁଖ୍ୟ ସିଭନଙ୍କ ଜୀବନ କାହାଣୀ ଏମିତି; ସାଧାରଣ କୃଷକ ପରିବାରରୁ ଅସାଧାରଣ ରକେଟ୍ ବିଜ୍ଞାନୀ

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୨’ ପୂର୍ବରୁ ଅନେକ ଲୋକ ଇସ୍ରୋ ମୁଖ୍ୟ କୈଲାସଭାଦିଭୋ ସିଭନଙ୍କ ବିଷୟରେ ହୁଏତ ଅଳ୍ପ ଜାଣିଥିବେ । ଗତ ବର୍ଷରୁ ଇସ୍ରୋ ମୁଖ୍ୟ ପଦବିରେ ଥିବା ସିଭନ୍ ହେଉଛନ୍ତି ସେହି ବ୍ୟକ୍ତି ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆଲିଙ୍ଗନ କରି ପକାଇଛନ୍ତି।  ଗତକାଲି ରାତିରେ ଇସ୍ରୋର ଯୋଗାଯୋଗ ‘ଚନ୍ଦ୍ରଯାନ-୨’ ସହ ବିଚ୍ଛିନ୍ନ ହେବା ପରେ ସିଭନ୍ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦି ପକାଇଥିଲେ। ସେ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଆଲିଙ୍ଗନ କରି କହିଥିଲେ କି ପୂରା ଦେଶ ତାଙ୍କ ଟିମ୍‌ ସହ ଅଛି। ଜାଣିରଖନ୍ତୁ ଯେ ଚନ୍ଦ୍ରଯାନ-୨ର ଲାଣ୍ଡର୍‌ ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଚନ୍ଦ୍ରାବତରଣ ବିଫଳ ହୋଇଥିବା ଖବର ପ୍ରକାଶ ପାଇଛି। ଇସ୍ରୋ ପକ୍ଷରୁ ଏ ନେଇ ସ୍ପଷ୍ଟୀକରଣ ହୋଇଛି ଯେ ଚନ୍ଦ୍ରଯାନ-୨ର ୯୫ ପ୍ରତିଶତ ଯନ୍ତ୍ରାଂଶ କାର୍ଯ୍ୟକ୍ଷମ  ହୋଇଛି ।

ତାମିଲ୍‌ନାଡୁର ୬୨ ବର୍ଷିଅ ଏହି ରକେଟ୍‌ ବୈଜ୍ଞାନିକ ହେଉଛନ୍ତି ନବମ ଇସ୍ରୋ ମୁଖ୍ୟ। ସେ ୨୦୧୮ ମସିହାରେ ଜାନୁଆରିରେ ଏହି ଭାର ନିଜ ମୁଣ୍ଡକୁ ନେଇଥିଲେ।

ତାମିଲ୍‌ଡାଡୁର କନ୍ୟାକୁମାରୀ ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମଲାଭ କରିଥିବା ସିଭନ ଏକ ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରିଥିଲେ। ସେ ତାଙ୍କ ପରିବାରର ପ୍ରଥମ ଗ୍ରାଜୁଏଟ୍‌। ସେ ପାଠ ପଢ଼ିଲା ବେଳେ କେବେ ବି ଟିଉସନ୍‌ ଯାଇ ନ ଥିଲେ।

Post Card News

୧୯୮୦ ମସିହାରେ ସେ ନିଜର ବ୍ୟାଚେଲର୍ ଡିଗ୍ରି ପୂରା କରିବା ପରେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍‌ନୋଲୋଜିରେ ଏରୋନେଟିକାଲ୍‌ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ। ପରେ ସେ ବେଙ୍ଗାଲୁରର ଆଇଆଇଏସ୍‌ସିରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ତାଙ୍କର ମାଷ୍ଟର୍‌ ଡିଗ୍ରି ହାସଲ କରିଥିଲେ। ୨୦୦୬ ମସିହାରେ ସେ ଆଇଆଇଟି ବମ୍ବେରୁ ପିଏଚ୍‌ଡି ପୂରା କରିଥିଲେ।

୧୯୮୨ ମସିହାରେ ସିଭନ୍ ଇସ୍ରୋରେ ଯୋଗ ଦେଲେ। ତା’ପରେ ଇସ୍ରୋ ଦ୍ୱାରା ହୋଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ ସେ ଭାଗ ନେଇଛନ୍ତି। ଦୀର୍ଘ ୩ ଦଶନ୍ଧିର ଚାକିରି କ୍ୟାରିୟର୍‌ ଭିତରେ ସିଭନ ଅନେକ ସମ୍ମାନସ୍ପଦ ପ୍ରକଳ୍ପରେ ସାମିଲ୍‌ ହୋଇଛନ୍ତି। ଜିଏସ୍‌ଏଲ୍‌ଭି,  ପିଏସ୍‌ଏଲ୍‌ଭି,  ଜିଏସ୍‌ଏଭି, ଏମ୍‌କେ-୩ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ଜିଏସ୍‌ଏଲ୍‌ଭିର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଭୂମିକା ନିଭାଇଥିଲେ। ସେ ଅନେକ ଥର ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର