ପ୍ରୟାଗରାଜ : ସେ ହେଉଛନ୍ତି କୁମ୍ଭମେଳାରେ ଯୋଗ ଦେଇଥିବା ଏକମାତ୍ର ଆଖଡା ମୁଖ୍ୟ, ଯିଏକି ହଜ୍ ଯାତ୍ରା କରିଛନ୍ତି। କୁମ୍ଭମେଳାରେ କିନ୍ନର ଆଖଡାର ମୁଖ୍ୟ ଭାବେ ଅବସ୍ଥାପିତ ଭବାନୀ ନାଥଙ୍କ କାହାଣୀ ଅତ୍ୟନ୍ତ ରୋମାଞ୍ଚକ।ହଜ୍ ଯାତ୍ରା କରିଥିବା ଏକମାତ୍ର ହିନ୍ଦୁ ସାଧୁ ଭବାନୀ ନାଥ। ଜଣେ କିନ୍ନର ହୋଇ ଆଜି ଏପରି ସ୍ତରରେ ପହଞ୍ଚଥିବା ଭବାନୀ ନାଥଙ୍କ ସଂଘର୍ଷ କାହାଣୀ ବେଶ୍ ଆବେଗମୟ।
ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ଭବାନୀ ଜଣେ କିନ୍ନର ବୋଲି ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏହାପରେ ସାମାଜିକ ବାସନ୍ଦର ଶିକାର ହୋଇ ଘର ଛାଡ଼ି ଚାଲିଗଲେ ସେ । ଘଟଣାଚକ୍ରରେ ଭବାନୀ ଇସ୍ଲାମ୍ ଧର୍ମ ଗ୍ରହଣ କରିଥିଲେ। ଏହାପରେ ହଜ୍ ଯାତ୍ରାରେ ମକ୍କା ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ମନରେ ଭାବନ୍ତର ସୃଷ୍ଟି ହୋଇଥିଲା। ପିଲାଟି ଦିନରୁ କାଳୀଙ୍କ ଆରଧନା କରୁଥିବାବେଳେ ଭବାନୀ କିନ୍ନର ଆଖଡାର ପ୍ରତିଷ୍ଠା କରିଥିଲେ। କିନ୍ନର ସାଧୁମାନଙ୍କୁ ସଂଗଠିତ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କଲେ।
/sambad/media/post_attachments/wp-content/uploads/2019/01/2_1516187211-300x233.jpg)
୨୦୧୫ ମସିହାରେ ସେ କିନ୍ନର ଆଖଡାର ମୁଖ୍ୟ ଭାବେ ପରିଚିତି ହାସଲ କରିସାରିଥିଲେ,କିନ୍ତୁ ଉଜ୍ଜୟିନୀ କୁମ୍ଭରେ ଅଖିଳ ଭାରତୀୟ ଆଖଡା ପରିଷଦ ତାଙ୍କୁ ସ୍ୱୀକୃତି ଦେଇ ନ ଥିଲା। ଫଳରେ କିନ୍ନର ଆଖଡାର ସଦସ୍ୟମାନେ ଶାହୀ କରିବାରୁ ବଞ୍ଚତ ହୋଇଥିଲେ।
୨୦୧୭ ମସିହା ବେଳକୁ ଭବାନୀ କିନ୍ନର ଆଖଡାର ଉତ୍ତର ଭାରତର ମହାମଣ୍ଡଳେଶ୍ୱର ପଦରେ ଅଭିଷିକ୍ତ ହୋଇଥିଲେ। ତାଙ୍କର ପ୍ରଭାବ ଓ ସମ୍ମାନ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା। ଏହାପରେ କିନ୍ନର ଆଖଡାକୁ ଆଖଡା ପରିଷଦ ସ୍ୱୀକୃତି ଦେଇଥିଲେ। ଚଳିତ ବର୍ଷ କୁମ୍ଭମେଳାରେ କିନ୍ନର ଆଖଡାର ସ୍ୱତନ୍ତ୍ର ଟେଣ୍ଟ କରାଯିବା ସହ ଏହାର ସାଧୁମାନେ ଖାହୀ ସ୍ନାନର ଅବସର ପାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/1548073444-Bhawani_Maa_1.jpg)