ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ପଦକ୍ଷେପକୁ ଆଜି ଏକ ବଡ଼ ସଫଳତା ମିଳିଛି। ଆଇଏନଏସ ମୋରମୁଗାଓରୁ ଅତ୍ୟାଧୁନିକ ଗାଇଡେଡ ମିସାଇଲ ବିଧ୍ବଂସକ ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ପ୍ରଥମ ପରୀକ୍ଷଣରେ ମିସାଇଲ୍ ଏହାର ଲକ୍ଷ୍ୟଭେଦ କରିଛି। ଉଲ୍ଲେଖଯୋଗ୍ୟ, ଉଭୟ ଆଇଏନଏସ ମୋରମୁଗାଓ ଏବଂ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ ମିସାଇଲ୍ ଭାରତର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।
ସମୁଦ୍ରରେ ଭାରତୀୟ ନୌସେନାର ଆଗ୍ନେୟାସ୍ତ୍ର ଶକ୍ତିକୁ ଆହୁରି ବୃଦ୍ଧି କରିଛି। ୧୫ବି ଷ୍ଟିଲ୍ଥ ଗାଇଡେଡ ମିସାଇଲ ବିଧ୍ବଂସକ ପ୍ରକଳ୍ପ ଅଧୀନରେ ଆଇଏନଏସ ମୋରମୁଗାଓ ଦ୍ବିତୀୟ। ମାଜାଗାଓଁ ଡକ୍ ସିପବିଲଡର୍ସ ଲିମିଟେଡ (ଏମ୍ଡିଏସ୍ଏଲ୍)ରେ ଏହାର ନିର୍ମାଣ ହୋଇଛି। ୨୦୨୨ ଡିସେମ୍ବର ୧୮ରେ ଆଇଏନଏସ ମୋରମୁଗାଓ ଭାରତୀୟ ନୌସେନାରେ ସାମିଲ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ଗୋଆର ପ୍ରମୁଖ ବନ୍ଦର ମୋରମୁଗାଓ ନାମରେ ଏହି ବିଧ୍ବଂସକର ନାମକରଣ ହୋଇଛି।