ଜୁଲାଇ ୧ରୁ ନୂଆ ‘ରୋଷ୍ଟର’ ବ୍ୟବସ୍ଥା ଲାଗୁ

ନୂଆଦିଲ୍ଲୀ: ଗ୍ରୀଷ୍ମ ଅବକାଶ ପରେ ସୁପ୍ରିମ୍‌ କୋର୍ଟ ଆସନ୍ତା ଜୁଲାଇ ୧ ତାରିଖଠାରୁ ଖୋଲିବ ଏବଂ ୧ ତାରିଖରୁ ହିଁ ସୁପ୍ରିମ୍‌ କୋର୍ଟରେ ନୂତନ ‘ରୋଷ୍ଟର’ (ମାମଲା ଆବଣ୍ଟନ) ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ନୂତନ ରୋଷ୍ଟର ବ୍ୟବସ୍ଥାରେ ଏଣିକି ସୁପ୍ରିମ୍‌ କୋର୍ଟରେ ଆଗତ ହେଉଥିବା ସମସ୍ତ ଜନସ୍ବାର୍ଥ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟର ୫ ଜଣ ବରିଷ୍ଠତମ ବିଚାରପତି କରିବେ।

ସମ୍ବନ୍ଧିତ ଖବର