ନୂଆଦିଲ୍ଲୀ: ସରକାରୀ ଚାକିରିଟିଏ ପାଇବା ପାଇଁ ସମସ୍ତେ ଆଶା ରଖିଥାଆନ୍ତି। ଏହି ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ପାଠପଢ଼ିବା ପାଇଁ ଦିନରାତି ଏକ କରି ଦେଇଥାଆନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ବ୍ୟକ୍ତି ସରକାରୀ ଚାକିରି ପାଇବା ପର୍ଯ୍ୟନ୍ତ ତାଙ୍କ ସଂଘର୍ଷକୁ ଭିଡିଓ ଓ ଫଟୋ ଜରିଆରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Advertisment

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ନିଜ ପରିଶ୍ରମ ବଳରେ ସରକାରୀ ଚାକିରି ପାଇଥିବା ଜଣାପଡ଼ିଛି। ତେବେ ଏହି ଚାକିରି ପାଇବା ପୂର୍ବରୁ ଯୁବକ ଜଣେ ଶ୍ରମିକ ଭାବେ କାମ କରିବା ସହିତ ସିକ୍ୟୁରିଟି ଗାର୍ଡ ଭାବେ ବି କାମ କରିଛନ୍ତି। କାମ ଭିତରୁ ସେ ସମୟ ବାହାର କରି ପାଠପଢ଼ିଥାଆନ୍ତି। ଅର୍ଥାତ ଦିନରେ କାମକୁ ଯାଇଥିବା ବେଳେ ରାତିରେ ସେ ଘରକୁ ଫେରିବା ପରେ ଲକ୍ଷ୍ୟପଥରେ ଆଗେଇ ଯାଇଥାଆନ୍ତି।

ଏହି କାହାଣୀ ରାଜସ୍ଥାନରେ ବସବାସ କରୁଥିବା କିସନ ମିଣାଙ୍କୁ ନେଇ ରହିଛି। କିସନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ସହିତ ସେ ଏକ ‌କ୍ୟାପସନ ବି ଲେଖିଛନ୍ତି। ଏହି କ୍ୟାପସନଟି ହେଉଛି... ଜୀବନରେ ସଂଘର୍ଷ ଓ କଷ୍ଟ ନଥିଲେ ବଞ୍ଚିବାର କୌଣସି ମଜା ନାହିଁ।

ପରେ ଜଣାପଡ଼ୁଛି ତାଙ୍କ ପରିଶ୍ରମର ଫଳ ମତିଳୁଛି। ସେ ରାଜସ୍ଥାନର ଷ୍ଟାଫ ସିଲେକସନ ବୋର୍ଡ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ଚାକିରି ପାଇଥି‌ଲେ।