ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲାର ଦୁଇ ଜଣ ଶ୍ରମିକଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ଏକ ହୀରା ଖଣି ଖନନ ସମୟରେ ମିଳିଥିବା ଏକ ବଡ଼ ହୀରା ଖଣ୍ଡ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛି। ହୀରା ଖଣି ଖନନ ସମୟରେ ଦୁଇଜଣ ଶ୍ରମିକ ମୋତିଲାଲ୍ ଏବଂ ରଘୁବୀର ପ୍ରଜାପତି ଯେଉଁ ହୀରା ପାଇଥିଲେ ତାହା ସେମାନଙ୍କୁ ୨.୫୫ କୋଟି ଟଙ୍କାର ଅଧିକାରୀ କରିଛି। ସୂଚନାନୁଯାୟୀ ପାନ୍ନାରେ ଏକ ହୀରା ଖଣିକୁ ପ୍ରତିବର୍ଷ ଧନୀ ହୁଅନ୍ତୁ କିମ୍ବା ଗରିବଙ୍କୁ ଲିଜ୍ରେ ଦିଆଯାଏ। ବାର୍ଷିକ ଟଙ୍କା ପୈଠ କରି ଅନେକ ଧନୀ ଏବଂ ଗରିବ ଶ୍ରେଣୀର ଲୋକ ସେମାନଙ୍କ ଭାଗ୍ୟ ପରୀକ୍ଷା କରିଥାନ୍ତି।
ଶ୍ରମିକରୁ କୋଟିପତି: ଭାଗ୍ୟ ବଦଳାଇଦେଲା ହୀରା
/sambad/media/post_attachments/wp-content/uploads/2019/01/diamond-changed-luck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)