ଜୁନ ପହିଲାରୁ ଆପଣଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଜୁନ ପହିଲାରୁ ଆପଣଙ୍କ ମାସିକ ବଜେଟ ବଢ଼ିବ ,କାରଣ ଏହି ମାସ ଆରମ୍ଭରେ ଚାରି ପ୍ରକାରରର ପରିବର୍ତ୍ତନ ଘଟିଛି। ସବୁଠାରୁ ବଡ଼ କଥା ହେଲା ଯେ ଆଜିଠାରୁ ରୋଷେଇ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ଘଟିଛି । ଘରୋଇ ଏଲପିଜି ବିନା ସବସିଡ଼ ଗ୍ୟାସ ୨୫ଟଙ୍କା ଓ ସବସିଡ଼ ଥିବା ସିଲିଣ୍ଡର ଦରରେ ଏକ ଟଙ୍କା ୨୩ ପଇସା ବୃଦ୍ଧି ହୋଇଥିବା ଜଣାଯାଇଛି । ଦିଲ୍ଲୀରେ ଜୁନ ପହିଲାରୁ ଇନ୍ଧନ ଗ୍ୟାସ ସବସିଡ଼ି ଥିବା ଗ୍ୟାସ ସିଲିଣ୍ଡର ୪୯୭.୩୭ ଟଙ୍କାରେ ମିଳିବ ଯାହା ପୂର୍ବରୁ ୪୯୬.୧୪ ଟଙ୍କା ଥିଲା ।ଜୁନ ମାସ ପହିଲାର ଘରୋଇ ଏଲପିଜି ବିନା ସବସିଡ଼ି ଗ୍ୟାସ ୨୫ଟଙ୍କା ଓ ସବସିଡ଼ି ଥିବା ସିଲିଣ୍ଡର ଦରରେ ଏକ ଟଙ୍କା ୨୩ ପଇସା ବୃଦ୍ଧି ହୋଇଛି ।ଏଠାରେ ସୂଚନାଯୋଗ୍ୟ ଯେ, ମେ ପହିଲାରେ ମଧ୍ୟ ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ଘଟିଥିଲା ।

photo-the hindu

ଏଚପିସିଏଲ , ଆଇଓସି ଭଳି ସରକାରୀ ତୈଳ କମ୍ପାନି ପକ୍ଷରୁ କୁହାଯାଇଛି ଯେ ଅନ୍ତଃରାଷ୍ଟୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ଘଟିଥିବା କାରଣରୁ ଘରୋଇ ଗ୍ୟାସ ଉପରେ ଦର ବୃଦ୍ଧି କରାଯାଇଛି ।

ଏହାଛଡ଼ା ଏସି ଟ୍ରେନ୍ ଭଡ଼ା ବାବଦରେ ବି ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ। ଠିକ୍ ସେହିପରି ଆରଟିଜିଏସ୍ ନେଣଦେଣ ଏବଂ ଆବିଆଇର ଦ୍ବିମାସିକ ମୁଦ୍ରା ନୀତିରେ ବି ପରିବର୍ତ୍ତନ ଘଟିଛି । ଏହାଫଳରେ ଆପଣଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ।

ସମ୍ବନ୍ଧିତ ଖବର