ନୂଆଦିଲ୍ଲୀ : ଆସନ୍ତା ମାସରୁ ଦେଶବ୍ୟାପୀ ମେଗା ଟିକାକରଣ ଅଭିଯାନ ଆରମ୍ଭ କରିବେ କେନ୍ଦ୍ର ସରକାର। କରୋନାମୁକ୍ତ ଭାରତ ପାଇଁ ପଦକ୍ଷେପ ସ୍ବରୂପ ଆସନ୍ତା ମାସଠାରୁ ସମଗ୍ର ଦେଶରେ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଟିକାକରଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବେ। କୋଭିଡ୍ ଟିକାର ଦ୍ବିତୀୟ ଡୋଜ୍ ନେବା ଅପେକ୍ଷାରେ ଥିବା ଲୋକମାନଙ୍କୁ ଏହି ଯୋଜନାରେ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ‘ହର୍ ଘର୍ ଦସ୍ତକ’ ଯୋଜନାରେ ସ୍ବାସ୍ଥ୍ୟକର୍ମୀମାନେ ଟିକାକରଣକୁ ନିଶ୍ଚିତ କରାଇବେ। ଏଥିସହ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇ ନାହାନ୍ତି ସେମାନଙ୍କୁ ଘରେ ଟିକାଦେବାର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୮ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି।
ଆସନ୍ତା ମାସରୁ ଘର ଘର ବୁଲି ଟିକା ଦେବେ ସ୍ବାସ୍ଥ୍ୟକର୍ମୀ
/sambad/media/post_attachments/wp-content/uploads/2021/10/COVID-19-vaccine_1200x768.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)