‘କେମେଷ୍ଟ୍ରି‘ ଆଗରେ ‘ଆରିଥମେଟିକ’ର ପରାଜୟ ଘଟିଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇବା ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀ ଯାଇ ସୋମବାର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧନ କରି ଯାହା ସବୁ ଭାଷଣ ଆକାରରେ କହିଛନ୍ତି ତାହାର ମୁଖ୍ୟାଂଶ  ନିମ୍ନରେ ଉଲ୍ଲେଖ କରାଯାଇଛି।

: ୨୦୧୯ରେ ବିଜେପିର ସଫଳତାର ଶ୍ରେୟ ଜଣେ ମୋଦୀକୁ ଯାଉନାହିଁ। ଏହି ଲଢ଼େଇରେ ଅନେକ ମୋଦୀଙ୍କ ବଳିଦାନ ରହିଛି।

: କାଶୀର ଲୋକ ନିର୍ବାଚନକୁ ବିଜୟ-ପରାଜୟ ହିସାବରେ ନ ତଉଲାଇ ସେମାନେ ଏହାକୁ ଜନ-ସଂପର୍କର ଏକ ପର୍ବ ଭଳି ପାଳନ କରିଛନ୍ତି।

: ସ୍ୱଚ୍ଛ ଭାରତର ଅର୍ଥ କେବଳ ଅଳିଆ-ଆବର୍ଜନା ସଫା କରିବା ନୁହେଁ, ବରଂ ଦୁର୍ନୀତି, ହିଂସା ମୁକ୍ତ ଭାରତ ଗଠନ କରିବା।

: ‘କେମେଷ୍ଟ୍ରି ଆଗରେ ଆରିଥମେଟିକ ମୁଣ୍ଡ ନୁଆଁଇଛି’ ଅର୍ଥାତ, ସାମାଜିକ ବଳର ରସାୟନ ବିଜ୍ଞାନ ନିକଟରେ ବିରୋଧୀଙ୍କ ଅଙ୍କକଷା ବା ଗଣିତର ପରାଜୟ ଘଟିଛି।

ଶେଷରେ ମୋଦୀ ‘ନୂଆ ଭାରତ’ ଗଠନ କରିବାର ପରିକଳ୍ପନାରେ ସଭିଙ୍କୁ ସାମିଲ୍‌ ହେବାକୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧିତ ଖବର