ନୂଆଦିଲ୍ଲୀ: କାହାକୁ ଆପଣ ଫୋନ୍ କଲେ ଫୋନ୍ ଲାଗିବା ପୂର୍ବରୁ ହଠାତ୍ ଫୋନ୍ ଭିତରୁ ଶୁଭେ କିମ୍ବଦନ୍ତୀ ସୁପରଷ୍ଟାର୍ ଅଭିତାଭ ବଚ୍ଚନଙ୍କ ସ୍ବର । ସାଇବର ଠକେଇ ନେଇ ବିଗ୍ ବି ଲୋକଙ୍କୁ ସଚତନ କରୁଥିବା ଏକ କଲର ଟ୍ୟୁନ ଶୁଣାଯାଏ । ହେଲେ ଏଣିକି ଆଉ ଶୁଭିବନି ବିଗ୍ ବି ଙ୍କ କଣ୍ଠସ୍ବରର କଲର ଟ୍ୟୁନ୍ । ଆଜି ଠାରୁ କଲର ଟ୍ୟୁନ୍ ଆଉ ଫୋନ୍ କଲା ସମୟରେ ଶୁଭିବନି । କାରଣ ଆଜିଠାରୁ ଏହାକୁ ବନ୍ଦ କରିଛନ୍ତି ସରକାର ।
ଦିନକୁ ଦିନ ଦେଶରେ ସାଇବର ଅପରାଧ ବଢୁଥିବା ବେଳେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଲୋକଙ୍କ ମଧ୍ୟରେ ସଚତନତା ଆରମ୍ଭ କରିଥିଲେ। ଆଉ ଏହାର ବଳିଷ୍ଠ ମାଧ୍ୟମ ସାଜିଥିଲା କଲର ଟ୍ୟୁନ୍ । ଲୋକେ ଯେତେବେଳେ ଅନ୍ୟକୁ ଫୋନ୍ କରୁଥିଲେ ସେତେବେଳେ ଏହି ସଚେତନତା ଧର୍ମୀ କଲର ଟ୍ୟୁନ୍ ବାଜୁଥିଲା ।
ପ୍ରକୃତରେ ଏହି କଲର ଟ୍ୟୁନ୍ ସରକାରଙ୍କ ଦ୍ବାରା ସାଇବର ଠକେଇ ବିଷୟରେ ସଚେତନ କରିବା ପାଇଁ ବିରାଟ ଅଭିଯାନର ଏକ ଅଂଶ ଥିଲା । ଯାହା ଲୋକଙ୍କୁ ସଚେତନ କରୁଥିଲା । ମାତ୍ର ବର୍ତ୍ତମାନ ଏହି ଅଭିଯାନ ଶେଷ ହୋଇଥିବାରୁ ସରକାର ଏହି କଲର ଟ୍ୟୁନ୍ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।