ଅହମଦାବାଦ୍‌: ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା । ସାମ୍ନାକୁ ଆସିଲା ଦୁର୍ଘଟଣା ପୂର୍ବରୁ ପାଇଲଟଙ୍କ ଶେଷ ମେସେଜ୍ । ୪ରୁ ୫ ସେକେଣ୍ଡ ମେସେଜ୍‌ରେ 'ମେଡେ...' 'ମେଡେ...' କହିଥିଲେ ପାଇଲଟ୍ ସୁମୀତ ସଭରୱାଲ୍ । ଥ୍ରଷ୍ଟ ମିଳୁନି, ପାୱାର କାମ କରୁନି, ପ୍ଲେନ୍ ଉଠୁନି, ଆଉ ବଞ୍ଚିବୁନି.. ଏମିତି କିଛି ଥିଲା ପାଇଲଟ ସୁମୀତଙ୍କ ୪,୫ ସେକେଣ୍ଡର ମେସେଜ୍ । 

Advertisment

ଏପଟେ ଅହମ୍ମଦାବାଦରେ ବିମାନ ଦୁର୍ଘଟଣାର ଯାଞ୍ଚ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗୃହ ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ବରେ ଗଠନ କରାଯାଇଥିବା କମିଟି ଦୁର୍ଘଟଣାର କାରଣ ଖୋଜିବ। ମନ୍ତ୍ରଣାଳୟ ପକ୍ଷରୁ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ କମିଟି ଗଠନ ସମ୍ପର୍କରେ ସୂଚନା ଦିଆଯାଇଛି । ବିମାନ ଦୁର୍ଘଟଣା ରୋକିବା ଏବଂ ପରିଚାଳନା କରିବା ପାଇଁ ଜାରି କରାଯାଇଥିବା ଏସଓପି ପାଳନ କରାଯାଇଥିଲା କି ନାହିଁ ଏହି କମିଟି ତାହାର ଯାଞ୍ଚ କରିବ । ସେହିପରି ଭବିଷ୍ୟତରେ ଏପରି ଘଟଣାର ମୁକାବିଲା ପାଇଁ ବ୍ୟାପକ ନିର୍ଦ୍ଦେଶାବଳୀକୁ ନେଇ ମଧ୍ୟ ଏହି କମିଟି ପରାମର୍ଶ ଦେବ । ୩ ମାସ ମଧ୍ୟରେ ଯାଞ୍ଚ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ଏହି କମିଟି ।