ସ୍କାନର୍‌ରେ ଏଫ୍‌ଟିଭି ଇଣ୍ଡିଆ ଓ ନମାସ୍‌କ୍ରେ: ସ୍ପେନରେ ସୁଟିଂ ବାତିଲ କଲେ ଶାହରୁଖ

ମୁମ୍ବାଇ: ଏନସିବି ଚଢ଼ଉ ପରେ ଦିଲ୍ଲୀର ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ନମାସ’କ୍ରେ ଏକ୍ସପେରିଏନ୍ସ ପ୍ରାଇଭେଟ ଲିମିଟେଡଠାରୁ କ୍ରୁଜରେ ଯାତ୍ରା କରୁଥିବା ସବୁ ଯାତ୍ରୀ ଓ ଅତିଥିଙ୍କ ତାଲିକା ମାଗିଛି। ଏହି ସଂସ୍ଥାକୁ ଯେଉଁ ମାଲିକ ଘର ଭଡ଼ା ଦେଇଥିଲେ ସେ ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଭଡ଼ା ନିଆଯାଇଥିବା ସ୍ଥାନକୁ ପ୍ରାୟତଃ କେହି ଆସୁ ନଥିଲେ। ଆମେ ମଧ୍ୟ ସଂସ୍ଥାର ମୁଖ୍ୟଙ୍କୁ କେବେ ଭେଟିନାହୁଁ। ଜଣେ ବ୍ୟକ୍ତି ଆସନ୍ତି ଏବଂ ଭଡ଼ା ଦିଅନ୍ତି ବୋଲି ଘରମାଲିକ କହିଛନ୍ତି। ଅନ୍ୟପକ୍ଷରେ କ୍ରୁଜ୍ କମ୍ପାନି କର୍ଡେଲିଆ କ୍ରୁଜ୍ ପକ୍ଷରୁ ଅଫିସିଆଲ ବିବୃତି ରଖାଯାଇଛି। କମ୍ପାନି ପକ୍ଷରୁ ଜର୍ଗେନ ବେଲମ୍ କହିଛନ୍ତି କର୍ଡେଲିଆ କ୍ରୁଜ୍‌ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଏହି ଘଟଣା ସହିତ ଜଡ଼ିତ ନାହିଁ। ଦିଲ୍ଲୀର ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନିକୁ ଏକ କାର୍ଯ୍ୟକ୍ରମ ପାଇଁ ଜାହଜ ଭଡ଼ାରେ ଦିଆଯାଇଥିଲା ବୋଲି କୁହାଯାଇଛି। ଏହି ଘଟଣାକୁ କମ୍ପାନି ନିନ୍ଦା କରିବା ସହିତ ଭବିଷ୍ୟତରେ ଏଭଳି କାର୍ଯ୍ୟ ପାଇଁ କମ୍ପାନିର ଜାହାଜ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। କର୍ଡେଲିଆ କ୍ରୁଜ୍ ଜାହାଜରେ ଏଫଟିଭି ଇଣ୍ଡିଆ ପକ୍ଷରୁ ପାର୍ଟି ଆୟୋଜନ କରାଯାଇଥିଲା। ଏଫଟିଭି ଇଣ୍ଡିଆ ଏଥିପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନି ନମାସ୍‌’କ୍ରେର ସହଯୋଗ ନେଇଥିଲା। ନମାସ୍‌’ କ୍ରେର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅର୍ଜୁନ ‌ଜୈନ, ସମୀର ସେହଗଲ ଏବଂ ଗୋପାଲଜୀ ଆନନ୍ଦ କାର୍ଯ୍ୟ କରୁଥିଲେ। ଟିକଟ ବିକ୍ରି, ଅତିଥି ତାଲିକା ପ୍ରସ୍ତୁତି, ସେଲିବ୍ରିଟିମାନଙ୍କୁ ଆଣିବା ଏବଂ ଏଫଟିବି ଇଣ୍ଡିଆକୁ ଇଭେଣ୍ଟ ପରିଚାଳନା ଦାୟିତ୍ବରେ ଏହି ବ୍ୟକ୍ତିମାନେ ଥିଲେ। ତେଣୁ ଏମାନେ ଏବେ ଏନସିବି ସ୍କାନରରେ ରହିଛନ୍ତି।

ମୁମ୍ବାଇ: ମୁମ୍ବାଇର କ୍ରୁଜରେ ରେଭ ପାର୍ଟିରେ ଚଢ଼ଉ ବେଳେ ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଖାନ୍‌ ଏନସିବି ଦ୍ବାରା ଗିରଫ ହୋଇଛନ୍ତି। ଏଥିରେ ଶାହରୁଖ ବିବ୍ରତ ହୋଇପଡ଼ିଛନ୍ତି। ସ୍ପେନକୁ ହେବାକୁ ଥିବା ପଠାନର ସୁଟିଂ କାର୍ଯ୍ୟକ୍ରମକୁ ସେ ବାତିଲ କରିଦେଇଥିବା ଜଣାଯାଇଛି। କେବଳ ଶାହରୁଖ ନୁହଁନ୍ତି ଆର୍ଯ୍ୟାନଙ୍କ ମାଆ ଗୌରୀ ଖାନ୍ ମଧ୍ୟ ପୁଅର ଗିରଫରେ ବ୍ୟସ୍ତବିବ୍ରତ ହୋଇପଡ଼ିଛନ୍ତି। ଇଣ୍ଟେରିୟର ଡିଜାଇନ ପ୍ରକଳ୍ପ କାମରେ ସେ ମଧ୍ୟ ନିକଟ ଭବିଷ୍ୟତରେ ବିଦେଶକୁ ଯିବାର ଥିଲା। ସେ ମଧ୍ୟ ତାଙ୍କ ଗସ୍ତକୁ ବନ୍ଦ ରଖିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର