ପଗଡ଼ି ନପିନ୍ଧି କେଶ କାଟି ଦିଲ୍ଲୀରେ ବୁଲୁଥିବା ଅମୃତପାଲର ଆଉ ଏକ ଭିଡିଓ ସାମ୍ନାକୁ ଆସିଲା

ନୂଆଦିଲ୍ଲୀ: ସଂପ୍ରତି ନେପାଳରେ ଆତ୍ମଗୋପନ କରିଥିବା ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହଙ୍କୁ ତୃତୀୟ ଦେଶକୁ ପଳାୟନ କରିବାକୁ ଅନୁମତି ନଦେବାକୁ ଭାରତ ନେପାଳ ସରକାରଙ୍କୁ ଅନୁରୋଧ କରିଛି। ଭାରତୀୟ ପାସପୋର୍ଟ କିମ୍ବା ଅନ୍ୟ କୌଣସି ନକଲି ପାସପୋର୍ଟ ବ୍ୟବହାର କରି ପଳାତକ ଉଗ୍ରବାଦୀ ପ୍ରଚାରକ ଅମୃତପାଲ ସିଂହ ନେପାଳରୁ ପଳାୟନ କରିବାକୁ ଚେଷ୍ଟା କରୁଥିବା ଭାରତ ସରକାର ନେପାଳକୁ ଜଣାଇଛନ୍ତି।

ଅଧିକାଂଶ ସମୟ‌ରେ ଧାର୍ମିକ ପୋଷାକରେ ନଜର ଆସୁଥିବା ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହର ନିକଟରେ ନୂଆ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ମାର୍ଚ୍ଚ ୨୧ର ବୋଲି କୁହାଯାଉଛି। ପଞ୍ଜାବ ପୁଲିସ ହାତରୁ ଖସି ପଳାଇ ଆସିଥିବା ଅମୃତପାଲ ସିଂ ବାରମ୍ବାର ନିଜର ରୂପ ବଦଳାଉଛି।

ଭାଇରାଲ୍‌ ଭିଡିଓରେ ତାକୁ ଦିଲ୍ଲୀର ମଧୁ ବିହାର ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସେ ପଗଡ଼ି ପିନ୍ଧି ନଥିବା ‌ବେଳେ କେଶ କାଟି କଳା ଚଷମା ଓ ଡେନିମ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏଥସହିତ ପଳାତକ ଅମୃତପାଲ ସହିତ ପ୍ରଥମରୁ ଫେରାର ଥିବା ତାର ସାଙ୍ଗ ପପଲପ୍ରୀତ ବି ଥିବା ନଜରକୁ ଆସିଛି।

ସେହିପରି ଗତ ସୋମବାର ସାମ୍ନାକୁ ଆସିଥିବା ଏକ ଭିଡିଓରେ ଅମୃତପାଲ ଓ ତାର ଫେରାର ସାଙ୍ଗ ପପଲପ୍ରୀତ ସିଂହର ଏକ ସେଲଫି ସାମ୍ନାକୁ ଆସିଛି। ଏହି ସେଲଫିରେ ଅମୃତପାଲ ହାତରେ ଡ୍ରିଙ୍କ କ୍ୟାନ ଥିବା ଦେଖିବାକୁ ମିଳୁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା କେଉଁ ସ୍ଥାନର ତାହା ସ୍ପଷ୍ଟ ହୋଇ ପାରି ନଥିଲା।

 

ସମ୍ବନ୍ଧିତ ଖବର