ନୂଆଦିଲ୍ଲୀ: ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀସ୍ଥିତ ‘ବିଜେପି’ ମୁଖ୍ୟାଳୟରେ ମହିଳାମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି।
ସୂଚନାଯୋଗ୍ୟ, ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ପ୍ରସଙ୍ଗକୁ ସୂଚାଇ ପ୍ରଧାନମନ୍ତ୍ରୀ ଏକଥା କହିଛନ୍ତି।
ଭାରତୀୟ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଦେଶ ଅପେକ୍ଷା କରିଥିବା ପ୍ରତିଶ୍ରୁତିକୁ ସେ ପୂରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ଭାରତର ପ୍ରତ୍ୟେକ ମାଆ, ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି। ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦିନ ଇତିହାସ ସୃଷ୍ଟି କରାଯାଇଥିବା କଥା ଆମେ ଦେଖିଲେ। ଭାରତର ନାଗରିକମାନେ ଇତିହାସ ସୃଷ୍ଟିକରିବାକୁ ସୁଯୋଗ ଦେଇଥିବାରୁ ଆମେ ଭାଗ୍ୟବାନ। ଆଗାମୀ ପିଢ଼ିମାନେ ଏହି ନିଷ୍ପତ୍ତିକୁ ଆଲୋଚନା କରିଚାଲିବେ। ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧୀନିୟମ’ ବିପୁଳ ସଂଖ୍ୟାଗରିଷ୍ଠତାରେ ଗୃହୀତ ହୋଇଛି।
Image Courtesy of Times of Indiaଏହି ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
ସେ କହିଛନ୍ତି, ମହତ୍ ଉଦ୍ଦେଶ୍ୟ ଓ ନିଷ୍ଠାପର ଉଦ୍ୟମ ବଳରେ ସମସ୍ୟା ଅତିକ୍ରମ କରାଯାଇ ଲକ୍ଷ୍ୟ ହାସଲ କରିହେବ। ନୂଆ ସଂସଦରେ ଏହି ଅଧୀନିୟମକୁ ପ୍ରାୟ ସମସ୍ତେ ସମର୍ଥନ କରିବା ମଧ୍ୟ ଏକ ରେକର୍ଡ। ଏଥିପାଇଁ ମୁଁ ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କ ପ୍ରତି କୃତଜ୍ଞ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/pm-4.jpg)