ଜୟପୁର: ଅଭ୍ୟନ୍ତରୀଣ ବିବାଦ ରାଜସ୍ଥାନରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ପ୍ରଭାବିତ କରିବା ଆଶଙ୍କାକୁ ଖଣ୍ଡନ କରି ଆଜି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍ କହିଛନ୍ତି, କଂଗ୍ରେସର ରାଜ୍ୟ ୟୁନିଟ୍ ସମ୍ପୂର୍ଣ୍ଣ ଏକଜୁଟ ରହିବା ସହ ଯାତ୍ରା ଅନ୍ୟ ରାଜ୍ୟଗୁଡ଼ିକଠାରୁ କିପରି ଭଲ ହେବ ତା’ଉପରେ ଧ୍ୟାନ ନିବଶେ କରିଛି।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍ଙ୍କ ସହିତ ତାଙ୍କର ମତପାର୍ଥକ୍ୟ ରହିଛି ବୋଲି ଅପପ୍ରଚାର କରୁଥିବା ‘ବିଜେପି’କୁ ମଧ୍ୟ ପାଇଲଟ୍ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟୂନ ଏକ ଡଜନ ଆଶାୟୀ ଥିବା ‘ବିଜେପି’ ରାଜ୍ୟ କଂଗ୍ରେସରେ ଅଭ୍ୟନ୍ତରୀଣ ବିବାଦ ଥିବା କଥା କହୁଛି।
Image Courtesy of Zee Newsଗଣମାଧ୍ୟମକୁ ସେ କହିଛନ୍ତି, ‘ବିଜେପି’ରେ ଅନେକ ମତପାର୍ଥକ୍ୟ ରହିଛି। ଗତ ୪ ବର୍ଷ ହେବ ରାଜସ୍ଥାନରେ ସେମାନେ ଦଳର ସଙ୍ଗଠନକୁ ଠିକଣା କରି ସଜାଡ଼ି ପାରୁନାହାନ୍ତି।
ଗେହ୍ଲଟ୍ ତାଙ୍କୁ ସମାଲୋଚନା କରିଥିବା କଥା ପଚରାଯିବାରୁ ସେ କହିଛନ୍ତି ଯେ, ଏହା ଗଣମାଧ୍ୟମଦ୍ବାରା ସୃଷ୍ଟ ଖବର। ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ କ୍ଷେତ୍ରରେ ଦଳରେ କୌଣସି ମତଭେଦ ନାହିଁ। ଯାତ୍ରାକୁ ସଫଳ କରିବା ପାଇଁ ଆମେ ଏକତ୍ର କାର୍ଯ୍ୟ କରୁଛୁ।
ଉଲ୍ଲେଖଯୋଗ୍ୟ, ଆଜି ‘ଭାରତ ଯୋଡ଼ୋ ଯାତ୍ରା’ ରାଜସ୍ଥାନରେ ପ୍ରବେଶ କରୁଥିବାରୁ ଯାତ୍ରାରେ ଯୋଗ ଦେବା ନିମନ୍ତେ ସଚିନ ପାଇଲଟ୍ ରାଜସ୍ଥାନ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏଥିପାଇଁ ସେ ଗୋଟାଏ ‘ପ୍ରମୋ’ ଭିଡିଓ ବି ରିଲିଜ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/sp-1.jpg)