ଟୋକିଓ: ଜାପାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ଫୁମିଓ କିଷିଦା ଶାସକ ଦଳର ନେତା ବଛାଯାଇଥିବାରୁ ସେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୬୪ ବର୍ଷୀୟ କିଷିଡ଼ା ସୋମବାର ବିଦାୟୀ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ ହେବା ଆଶା କରାଯାଉଥିଲା, ଯାହାଫଳରେ ସେ ଭୂତାଣୁ-ଜନିତ ଜରୁରୀ ପରିସ୍ଥିତି ସମୟରେ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତିର ଦାୟିତ୍ବ ନେଇପାରିବେ। ତେବେ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ କିଷିଡ଼ା ଶେଷରେ ଏପରି ବହୁମତରେ ବିଜୟୀ ହେବେ ବୋଲି କେହି ପୂର୍ବାନୁମାନ କରିପାରି ନ ଥିଲେ।

Advertisment

ଏଥିରେ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ଥିଲେ ମହିଳା। ଦଳର ବୃହତ୍ତମ ଗୋଷ୍ଠୀଗୁଡ଼ିକ ତାଙ୍କ ସଦସ୍ୟମାନଙ୍କୁ ସ୍ବାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଦେଇଥିଲେ। ପ୍ରଥମ ରାଉଣ୍ଡରେ କୋନୋ ଓ କିଷିଡ଼ାଙ୍କ ଭୋଟ ପ୍ରାୟ ସମାନ ଥିବାବେଳେ ଦ୍ବିତୀୟ ରାଉଣ୍ଡରେ ଉଭୟ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସାନେ ଟାକେଚି ଓ ସିକୋ ନୋଡା ବାଦ୍ ପଡ଼ିବାରୁ କିଷିଡ଼ାଙ୍କ ପ୍ରତି ସଦସ୍ୟମାନଙ୍କ ବଳିଷ୍ଠ ସମର୍ଥନ ତାଙ୍କୁ ଜିତାଇଦେଲା। ଶେଷରେ କିଷିଡ଼ା ୨୫୭ ଭୋଟ ପାଇଥିବା ବେଳେ କୋନୋ ୧୭୦ ଭୋଟ ପାଇଥିଲେ।