ନୂଆଦିଲ୍ଲୀ : କଳାହାଣ୍ଡି ଜିଲ୍ଲା ଖଡ଼ିଆଳ ଓ ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଛି। ଅର୍ଥ ରାଶି ପ୍ରଦାନ କରାଯାଇନଥିବାରୁ କୋଠା ନିର୍ମାଣରେ ବିଳମ୍ବ ହୋଇଥିଲା। ଏ ସଂପର୍କରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ଖଡ଼ି ପାଇଁ ୩୦.୬୧ କୋଟି ଟଙ୍କା ଏବଂ କେନ୍ଦ୍ରୀ ବିଦ୍ୟାଳୟ ନୂଆପଡ଼ା ପାଇଁ ୨୬.୬୮ କୋଟି ଟଙ୍କା ପ୍ରଦାନ କରାଯାଇଥିବାରୁ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟ କୋଠା ନିର୍ମାଣ ଅର୍ଥ ପ୍ରଦାନ
/sambad/media/post_attachments/wp-content/uploads/2022/10/money-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)